Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’: ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର(ଓଡ଼ିଶା ୱେୟାର) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ସମ୍ପୂର୍ଣ୍ଣ ନବକଳେବର ମଧ୍ୟ କରାଯାଇ ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ଏହି ଉଭୟ ନୂଆ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।
ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଓ ସୁବିଧା ଯୋଗାଇବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବାବେଳେ ତାଙ୍କ ମାର୍ଗଦର୍ଶନରେ ଓଟିଡିସି କ୍ରମାଗତ ଭାବେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ରାଜଧାନୀ ଭୁବନେଶ୍ୱରରେ ଥିବା ପାନ୍ଥନିବାସର ନବୀକରଣ କାର୍ଯ୍ୟ କରାଯିବା ସହ ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ଧରି ଓଟିଡିସି ନିଜର ଭିତ୍ତିଭୂମିକୁ ସୁଦୃଢ଼ ଓ ନବୀକରଣ ଉପରେ ଗୁରୁତ୍ୱ ଦେଇ ଆସୁଛି । ଆଜି ଏଠାରେ ଲୋକାର୍ପିତ ହୋଇଥିବା ‘ଉତ୍କଳ ଅରୋମା’ ରେଷ୍ଟୁରାଣ୍ଟ ଓ ବେକରୀ ୟୁନିଟ ‘ବେକଡ୍ ବୋନଞ୍ଜା’ ଗୁଣାତ୍ମକ ସେବା ଓ ଖାଦ୍ୟସାମଗ୍ରୀ ଯୋଗାଇ ଖୁବଶୀଘ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୋର ଆଶା

ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବ କହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଓଟିଡିସିର ନୂଆ ରେଷ୍ଟୁରାଣ୍ଟ ଓ ନିଜସ୍ୱ ବେକରୀ ୟୁନିଟ୍ ସହ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ମୋଟ ୧.୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ମୋଟ ୫୮ଟି ରୁମରୁ ୩୩ଟିର ଆଧୁନିକୀକରଣ କାର୍ଯ୍ୟ ସରିଛି ଓ ବାକି କାର୍ଯ୍ୟ ଖୁବଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଟିଡିସିର ସମସ୍ତ ୟୁନିଟଗୁଡ଼ିକୁ ଲାଭଜନକ ସଂସ୍ଥାରେ ପରିଣତ କରାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଦ୍ୱିତୀୟ ଆଉଟଲେଟ୍ ଗତକାଲି ପୁରୀରେ ଲୋକାର୍ପିତ ହୋଇଛି । ଆଜି ଭୁବନେଶ୍ୱର ପାନ୍ଥନିବାସ ପରିସରରେ ଆଉ ଏକ ଓଡ଼ିଆ ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ର ଲୋକାର୍ପଣ ହୋଇଛି । ନିଜସ୍ୱ ବେକରୀ ୟୁନିଟର ଆବଶ୍ୟକତା ମଧ୍ୟ ଦୀର୍ଘଦିନ ଧରି ରହିଥିଲା ।
ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଶାନ୍ତନୁ ମହାନ୍ତି କହିଥିଲେ ଯେ, ଭୁବନେଶ୍ୱର ପାନ୍ଥନିବାସର ବାକି ଥିବା ସମସ୍ତ ନବୀକରଣ କାର୍ଯ୍ୟକୁ ଖୁବଶୀଘ୍ର ଶେଷ ହେବ । ଏହାସହିତ ଆଜି ଲୋକାର୍ପିତ ହୋଇଥିବା ବେକରୀ ୟୁନିଟ୍ ଓ ରେଷ୍ଟୁରାଣ୍ଟ ଯେଭଳି ବ୍ୟବସାୟିକ ଦୃଷ୍ଟିରୁ ସଫଳ ହେବେ ସେ ଦିଗରେ କାର୍ଯ୍ୟ କରାଯାଉଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଖାଦ୍ୟସାମଗ୍ରୀ ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଗତ କିଛିଦିନ ମଧ୍ୟରେ ଓଟିଡିସି ଦ୍ୱାରା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଯାହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ପଦକ୍ଷେପ ନିଆଯାଉଛି ।
ଏହି ଅବସରରେ ଓଡ଼ିଆ ଅଭିନେତା ଶୁଭାଶିଷ ଶର୍ମା (ମଣ୍ଟୁ) ଓ ଅଭିନେତ୍ରୀ ଲିପସା ମିଶ୍ରଙ୍କ ସମେତ ଓଟିଡିସି କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ଏବଂ ଓଟିଡିସିର ଅନ୍ୟ ପଦାଧିକାରୀ ଓ ଭୁବନେଶ୍ୱର ପାନ୍ଥନିବାସର ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top