Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କୀ ଗିରଫ

ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳର ରମେଶ ପାର୍କ ଅଞ୍ଚଳରୁ ଜଣେ ପାକିସ୍ତାନୀ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଉକ୍ତ ଆତଙ୍କୀକୁ ଗିରଫ କରିବା ସହିତ ତା ନିକଟରୁ ଏକ ଏକ-୪୭ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ଼, ନକଲି ପରିଚୟ ପତ୍ର ଆଦି ଜବତ କରିଛି। ଗିରଫ ଆତଙ୍କୀଙ୍କର ନାଁ ମହମ୍ମଦ ଆଶ୍ରଫ ବୋଲି ଜଣାପଡ଼ିଛି। ତେବେ ସେ ଦୀର୍ଘ ଦିନ ହେବ ଦିଲ୍ଲୀରେ ରହି ଆସୁଥିଲା। ଦିଲ୍ଲୀ ପୁଲିସ କହିଛି କି ମହମ୍ମଦ ଆଶ୍ରଫ ଦୀର୍ଘ ଦିନ ହେବ ଦିଲ୍ଲୀରେ ରହି ଆସୁଥିଲା। ଏପରିକି ସେ ଏଠାରେ ଜଣେ ଭାରତୀୟ ଯୁବତୀଙ୍କୁ ବିବାହ କରିଥିଲା। ମାତ୍ର ବର୍ତ୍ତମାନ ସ୍ବାମୀ ସ୍ତ୍ରୀ ଉଭୟେ ଅଲଗା ଅଲଗା ରହୁଛନ୍ତି। ଗିରଫ ପରେ ତାଙ୍କ ନିକଟରୁ ଅଫୁଟା ଗୁଳି, ବନ୍ଧୁକ ନକଲି ଆଇଡ଼ି କାର୍ଡ ପ୍ରମୁଖ ଜବତ ହୋଇଛି।

ପୁଲିସ ଆହୁରି ମଧ୍ୟ କହିଛି ଯେ ଦେଶର ରାଜଧାନୀ ନୂଆଦିଲ୍ଲୀ ସହିତ କାଶ୍ମୀର ଘାଟି ଅଞ୍ଚଳରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲା। ତେବେ ଗିରଫ ଆତଙ୍କୀ ମହମ୍ମଦ ଆଶ୍ରଫ ସ୍ଲିପର ସେଲ ଆତଙ୍କୀଙ୍କ ମୁଖ୍ୟ ଭାବେ ଦିଲ୍ଲୀରେ ରହୁଥିଲା। ଏହା ସହିତ ଭାରତକୁ ଅନୁପ୍ରବେଶ କରୁଥିବା ଆତଙ୍କୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରମୁଖ ଯୋଗାଇ ଆସୁଥିଲା ବୋଲି ପୁଲିସ କହିଛି। ସ୍ପେଶାଲ ସେଲ ସୂଚନା ଅନୁଯାୟୀ ଗିରଫ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ କିଛି ଆତଙ୍କବାଦୀ ଘଟଣା ଘଟାଇଥିବା ମଧ୍ୟ ସ୍ୱୀକାର କରିଛି। କିନ୍ତୁ ଦିଲ୍ଲୀ ପୋଲିସ ତାଙ୍କ ଦାବିକୁ ପ୍ରମାଣ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ରହିଥିବା ନେଇ ପୁଲିସର ତଦନ୍ତ ସମୟରେ ଜଣାପଡ଼ିଛି।

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅନୁଯାୟୀ ଗିରଫ ଆତଙ୍କବାଦୀ ଆଶରଫ ଦିଲ୍ଲୀରେ ଗୁଣିଆ ରୂପରେ ରହୁଥିଲେ। ଏପରିକି ସ୍ଥାନୀୟ ଅଞ୍ଚଳରେ ସେ ଝଡାଫୁଙ୍କା କରୁଥିବା ମଦ୍ୟ ପୋଲିସ ସୂଚନା ଦେଇଛି। ଯେଉଁ ସହର ବା ସ୍ଥାନରେ ରହିଛି ନିଜକୁ ମୌଲାନା ବୋଲି ପରିଚୟ ଦେଇ ରହି ଆସୁଥିଲେ। ଏହା ବ୍ୟତୀତ ଆତଙ୍କବାଦୀଙ୍କ ଠାରୁ ପାକିସ୍ତାନ ଆଇଏସଆଇର ଅନେକ ମୋବାଇଲ ନମ୍ବର ବିଷୟରେ ସ୍ପେଶାଲ ସେଲ ଜାଣିବାକୁ ପାଇଛି। ଆତଙ୍କବାଦୀ ଏକ ବଡ ବିସ୍ଫୋରଣ କରିବାକୁ ପାଇଁ ଆଇଏସଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଧିକାଂଶ VOIP କଲ୍ ଆତଙ୍କବାଦୀଙ୍କ ମୋବାଇଲ୍ ଫୋନରେ ଆସୁଥିଲା, ଯାହା ଦ୍ୱାରା ଏଜେନ୍ସିଗୁଡ଼ିକ କୌଣସି ସୂଚନା ପାଇ ପାରିବେ ନାହିଁ। ବ୍ୟାଙ୍କ ଆକାଉଣ୍ଟକୁ ନେଇ ଏହି ଆତଙ୍କବାଦୀଙ୍କ ତଦନ୍ତ ମଧ୍ୟ ଚାଲିଛି। ଆତଙ୍କବାଦୀଙ୍କ ମୋବାଇଲ୍ ଫୋନରୁ ପାକିସ୍ତାନର ଅନେକ ମୋବାଇଲ୍ ନମ୍ବର ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top