Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପାଟକୁରାରେ ବିଜେପି-ବିଜେଡି କର୍ମୀ ଦ୍ୱନ୍ଦ୍ୱରେ ?

ଭୁବନେଶ୍ୱର(ଓଡ଼ିଶା ୱେୟାର): କଂଗ୍ରେସକୁ ପଛରେ ପକାଇ ବିଜେଡି ସହ କଡ଼ା ଟକ୍କର ଦେଇ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଛି । କିନ୍ତୁ ସାଧାରଣ ନିର୍ବାଚନ ସରିବାର ମାତ୍ର ଦେଢ଼ ମାସ ମଧ୍ୟରେ ବିଭିନ୍ନ ରାଜନୀତିକ ଘଟଣାକ୍ରମ ଏବେ ବିଜେଡି ଓ ବିଜେପିକୁ ଅତ୍ୟନ୍ତ ନିକଟତର କରାଇଥିବାବେଳେ ପାଟକୁରା ନିର୍ବାଚନରେ ଦୁଇ ଦଳର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି । ଏପରିକି ୨୦୦୦ ମସିହାରୁ ରାଜ୍ୟ ବିଧାନସଭାକୁ ଆସିବା ପାଇଁ କ୍ରମାଗତ ପ୍ରୟାସ କରୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ମଧ୍ୟ ଦ୍ରୁତଗତିରେ ବଦଳୁଥିବା ରାଜନୀତିକ ସମୀକରଣ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାପରଠୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାକୁ ନବୀନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ସପ୍ତାହକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦିଙ୍କୁ ୩ଥର ସାକ୍ଷାତ କରିବା, ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଓ ଶେଷରେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡିର ଖୋଲା ସମର୍ଥନ ‘ନବୀନଙ୍କ ଉପରେ ପଡ଼ି ପ୍ରେମ’ର ପ୍ରମାଣ ଦେଉଛି । ବିଜେପି ସହ ସମ୍ପର୍କ ଯୋଡ଼ିବାକୁ ନବୀନ ଏତେ ବ୍ୟାକୁଳ ଯେ, ଉପନିର୍ବାଚନ ହେଉଥିବା ସମସ୍ତ ୩ଟି ରାଜ୍ୟସଭା ଆସନକୁ ସହଜରେ ଅକ୍ତିଆର କରିବାର ସୁଯୋଗ ଥିଲେ ମଧ୍ୟ ନବୀନ ଗୋଟିଏ ଆସନକୁ ବିଜେପିକୁ ଟେକି ଦେଇଛନ୍ତି । ମାତ୍ର ଦେଢ଼ମାସ ତଳେ ବିଜେପି ସହ ଲଢ଼ୁଥିବା ନବୀନ କିଭଳି ଏତେ ଶୀଘ୍ର ବିଜେପି ପାଖରେ ନିଜକୁ ଆତ୍ମସମର୍ପଣ କଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ପାଟକୁରାରେବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ର ପାଟକୁରାରେ ଶାସକ ବିଜେଡି ସହ ଲଢ଼େଇ କରିବାକୁ ଅବତୀର୍ଣ୍ଣ ହୋଇ ନିଶ୍ଚିତ ବିଜୟ ଅଭିମୁଖେ ଅଗ୍ରସର ହେଉଥିବାବେଳେ ନବୀନଙ୍କ ରାଜ୍ୟସଭା ଡିଲ୍ ତାଙ୍କର ବିଜୟ ମାର୍ଗରେ ପ୍ରତିବନ୍ଧକ ହେବାର ଆଶଙ୍କା ରହିଛି । ବିଜେପିରେ ଥିବା ଗୋଷ୍ଠୀକନ୍ଦଳର ଫାଇଦା ବିଜେଡିକୁ ମିଳିବା ସହ ବିଜୟଙ୍କୁ ଚେକ୍ ଦେବାରେ ନବୀନ ସକ୍ଷମ ହେବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ପାଟକୁରାରେ ଏବେ ବିଜୟଙ୍କ ପ୍ରତି ବଢ଼ୁଥିବା ସମର୍ଥନକୁ ଭେଦ କରିବା ବିଜେପି କିମ୍ବା ନବୀନଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।
ସେହିପରି ନିଜର ରାଜନୀତିକ ବିରୋଧୀଙ୍କୁ ମାତ୍ ଦେବା ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ନବୀନ ଯେକୌଣସି ସ୍ତରକୁ ଯାଇ ସାଲିସ୍ କରିବାର ନଜିର ରହିଛି। ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସବୁ ପ୍ରସଙ୍ଗରେ ବିଜେପି ସରକାରକୁ ଅଯାଚିତ ସମର୍ଥନ ହେଉ ଅବା ବିଜୟ ମହାପାତ୍ରଙ୍କୁ ଚେକ୍ ଦେବା ପାଇଁ ଶରଦ ପାୱାରଙ୍କ ଏନସିପି ସହ ମେଣ୍ଟ, ଏସବୁ ମାଧ୍ୟମରେ ନିଜର ରାଜନୀତିକ ଲାଳସାକୁ ଚରିତାର୍ଥ କରିପାରିଛନ୍ତି। ତେଣୁ ଏପଟେ ନବୀନଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିଥିବା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ଡାକ୍ତର ଦାମୋଦର ରାଉତ, ରଘୁନାଥ ମହାନ୍ତି, ଅର୍ଜୁନ ସେଠୀଙ୍କ ଭଳି ବରିଷ୍ଠ ନେତାମାନେ ଏବେ ପରିବର୍ତ୍ତିତ ରାଜନୀତିକ ସମୀକରଣକୁ ନେଇ ଆଶଙ୍କାରେ ରହିଥିବା ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।ଏହି ବିଜୁ ବିଜେପି ନେତାମାନେ ଆଗାମୀ ଦିନରେ କେଉଁଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Click to comment

Leave a Reply

Your email address will not be published. Required fields are marked *

Most Popular

To Top