Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରାଜ୍ୟ ମହିଳା କଂଗ୍ରେସ ପୁର୍ନଗଠିତ, ଯୁବ ଓ ନୂଆ ମୁହଁକୁ ଗୁରୁତ୍ୱ

ଭୁବନେଶ୍ୱର(ଓଡବ୍ଲ୍ୟୁ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ମହିଳା ଶାଖାର ପୁର୍ନଗଠନ ହୋଇଛି । କମିଟିରେ ୧୦୦ରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ପ୍ରଥମଥର ପାଇଁ ୨ଜଣ କାର୍ଯ୍ୟକାରୀ ସଭାନେତ୍ରୀ ଓ ଅଧିକାଂଶ ଯୁବ ଏବଂ ନୂଆ ମୁହଁକୁ ସ୍ଥାନ ମିଳିଛି । କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୧୫ ଜଣ ଉପସଭାପତି, ୩୧ ଜଣ ସାଧାରଣ ସଂପାଦିକା, ୩୫ ଜଣ ସଂପାଦିକା, ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ୟା, ୧୪ ଜଣ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟାଙ୍କ ନାମ ସ୍ଥାନିତ ହୋଇଛି ।
ଏଆଇସିସି ସଭାପତି ସୁଶ୍ରୀ ସୁସ୍ମିତା ଦେବଙ୍କ ଅନୁମୋଦନ ଓ ଏଆଇସିସି ସଂପାଦିକା ତଥା ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରେସ ରିଲିଜ ଅନୁସାରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଓ ବନ୍ଦିତା ପରିଡ଼ା ରହିଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରତିମା କର ନିଯୁକ୍ତି ପାଇଛନ୍ତି । ସେହିଭଳି ଉପସଭାପତି ଭାବେ ରତ୍ନମଣି ଉଲାକା, ପ୍ରଣତି ମିଶ୍ର, ମନୋଜା ମଞ୍ଜରୀ ଦେବୀ, ସ୍ୱାଧିନବାଳା ଦାସ, ପ୍ରଭାତୀ ମିଶ୍ର, ସୁକାନ୍ତି ଦାସ, ରିତା ଯୋଶୀ, ଶୁଭଶ୍ରୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ, ସୁଭାସିନୀ ମହାକୁଡ, ଶୋଭାରାଣୀ ଦାସ, କମଳା ତିରିଆ, ଦେବସ୍ମିତା ସାମଲ, ହୁର୍ ବାନୁ ଓ ବିନୀତା ମାଝୀ ରହିଥିବାବେଳେ ସାଧାରଣ ସଂପାଦିକା ଭାବେ ଅର୍ଚ୍ଚନା ନନ୍ଦୀ, ବନ୍ଦିତା ପଟ୍ଟନାୟକ, ଶ୍ରୀୟା ସମ୍ବେଦନା, ପ୍ରତିମା ମଲ୍ଲିକ, ରେଣୁବାଳା ରାଉତ, କନକଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ସରିତା ରଥ, ପ୍ରତିମା ଜେନା, ମିତା ରାୟ, ସ୍ନେହଲତା ରାୟ ଚୌଧୁରୀ, ଜ୍ୟୋତ୍ସ୍ନା ଦାସ, ବିନ୍ଧ୍ୟାବିନି ସାହୁ, ସୁଲୋଚନା ନାୟକ, ପ୍ରଜ୍ଞା ପରମିତା ମହାନ୍ତି, ଗାୟତ୍ରୀ ମହାନ୍ତିି, ନିର୍ମଳା ମଲ୍ଲିକ, ଲଳିତା ସାହୁ, ସୁପ୍ରଭା ଦାସ, ମୁଲତା ବାରିକ, ଏମ୍.ଏ ପରବିନ୍, ମଧୁସ୍ମିତା ରଥ, ରିତା ହେମ୍ବ୍ରମ୍, ଗୋରେଟୀ ଖେସ୍, କୁସୁମ ପ୍ରଧାନ, ଜବାମଣି ଟୁଡୁ, ରୀତା ରାଉତ, ସୁଜାତା ଜେନା, ନିରୂପମା ଦାସ, ସ୍ମୃତି ପହି, ରୂପଦିପ୍ତା ମହାପାତ୍ର ରହିଛନ୍ତି ।
ସଂପାଦିକା ଭାବେ ବିଜୟୀନି ତିରିଆ, ନିରୁପମା ପାତ୍ର, ସନ୍ଧ୍ୟାରାଣୀ ଦାସ ସାମନ୍ତ, ସୁନିତା ବାଗ, ଉଲ୍ଲାସ ମଲ୍ଲିକ, ବିନୀତା ନାୟକ, ଚୈତାଳୀ ପଟ୍ଟନାୟକ, ବିଶ୍ୱକଲ୍ୟାଣୀ କର, ମୁଲତା ଗୌଡ, ନିଲମ୍ ଗୁପ୍ତା, ସିଲି ସେଠୀ, ବୈଶାଳୀ ବେହେରା, ରୀନା ସ୍ୱାଇଁ, ଦୀପ୍ତିରାଣୀ ପ୍ରଧାନ, ରେଖା ହୋତା, ସବିତା ସ୍ୱାଇଁ, ରୀନା ମେହେର, ଖୁଲଣା ଜେନା, ଭାଗ୍ୟଲକ୍ଷ୍ମୀ ପଣ୍ଡା, ସସ୍ମିତା ସାହୁ, ଏଲ୍ ମାଣିକ ପ୍ରଭା, ସ୍ୱାଗତିକା ବିଶ୍ୱାଳ, ଅଙ୍ଗୁରୀ ବେଗମ୍, ରଶ୍ମିତା ଟେଟେ, ତୃପ୍ତି ବେହେରା, ଶୁଭସ୍ମିତା ଧଳ, ୟାସ୍ମିନ୍ ବିବି, ଆଶା ମିଞ୍ଜ, ବିଷ୍ଣୁପ୍ରିୟା ଚାନ୍ଦ, ବିଳାସିନୀ ନାୟକ, ମାଧବୀ ସେନାପତି, ସୁଜ୍ଞାନୀ ପଟ୍ଟନାୟକ, ମଞ୍ଜୁ ନାୟକ, କୁନୀ ହରିଚନ୍ଦନ, ନିଳୀମା ଅଗ୍ରୱାଲା ମନୋନୀତ ହୋଇଛନ୍ତି ।
ସେହିଭଳି କାର୍ଯ୍ୟକାରୀ ସଦସ୍ୟା ଭାବେ ସଂଯୁକ୍ତା ମହାନ୍ତି, ବାସନ୍ତୀ ପ୍ରଧାନ, ଉର୍ବଶୀ ମିଶ୍ର, ମଞ୍ଜୁଲତା ସାହୁ, ନଳିନୀ ଉଦ୍ଗଲା, ରୁବି କାନୁନ୍ଗୋ, ଅନୁସୂୟା ବେହେରା, ସୁରେଖା ମଲ୍ଲିକ ଓ ମମତା ସାହୁ ରହିଥିବା ବେଳେ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟା ଭାବେ ଜୟନ୍ତୀ ପଟ୍ଟନାୟକ, ସୁଶୀଳା ତିରିଆ, ଉମାରାଣୀ ପାତ୍ର, ସରସ୍ୱତୀ ହେମ୍ବ୍ରମ୍, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ପରମା ପୂଜାରୀ, ଚନ୍ଦ୍ରମା ସାନ୍ତା, ଇନ୍ଦିରା ମିତ୍ର, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା ଓ ପ୍ରଭା ପଟେଲ ପ୍ରମୁଖ ରହିଛନ୍ତି ।
ନୂତନ କର୍ମକର୍ତାମାନଙ୍କ ଏକ ଜରୁରୀ ବୈଠକ ଆସନ୍ତା ୧୫ ତାରିଖରେ ଗୁରୁବାର କଂଗ୍ରେସ ଭବନରେ ଡକାଯାଇଅଛି ବୋଲି ପିସିସି ମହିଳା ଶାଖା ସଭାନେତ୍ରୀ ସୁମ୍ରିତା ଜେନା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top