Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପେଗାସସ ତାତିରେ ସଂସଦ ଠପ

ନୂଆଦିଲ୍ଲୀ: ସଂସଦରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳର ନେତାଙ୍କ ସହିତ ଜଳପାନ ବୈଠକ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ବୈଠକରେ ରାହୁଲ ନେତୃତ୍ବ ନେଉଥିବା ବେଳେ ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ । ବୈଠକରେ ସରକାରଙ୍କୁ ଘେରିବାକୁ କଡ଼ା ରଣନୀତି ରାହୁଲ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏହି ବୈଠକରେ କଂଗ୍ରେସ, ଏନସିପି, ଶିବସେନା, ଆରଜେଡ଼ି, ସମାଜବାଦୀ ପାର୍ଟି, ମାକପା, ଭାକପା, ଆଇୟୁଏମଏଲ, ଆରଏସପି, କେସିଏମ, ଜେଏମଏମ, ନ୍ୟାସନାଲ କନଫ୍ରେସ, ତୃଣମୂଳ କଂଗ୍ରେସ ଓ ଏଲଜେଡ଼ିର ନେତାମାନେ ସାମିଲ ହୋଇଥିଲେ ।
ସେହିପରି ଆମ ଆଦମୀ ପାର୍ଟିର ନେତାଙ୍କୁ ରାହୁଲ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ଦେଇଥିଲେ ମଧ୍ୟ ଆପର କୌଣସି ନେତା ଏହି ବୈଠକରେ ସାମିଲ ହୋଇନଥିଲେ । ଆପ ସାଂସଦ ସଞ୍ଜୟ ସିଂହ କହିଥିଲେ କି ବୈଠକରେ ସାମିଲ ହେବା ନ ହେବା ଗୁରୁତ୍ତ୍ବପୂର୍ଣ୍ଣ ନୁହେଁ । କିନ୍ତୁ ସଂସଦରେ ଯେବେ ଚର୍ଚ୍ଚା ହେବା, ଆମେ କୃଷକଙ୍କ ସପକ୍ଷରେ ଓ ପେଗାସସ ବିରୋଧରେ ଛିଡ଼ା ହେବୁ ଏବଂ ଚର୍ଚ୍ଚାରେ ସାମିଲ ହେବୁ ।
ସେହିପରି ପେଗାସସ ମୁଦ୍ଦାକୁ ନେଇ ସରକାରଙ୍କୁ ବାରମ୍ବାର ସଂସଦରେ ଘେରୁଛନ୍ତି ବିରୋଧୀ । ଫଳରେ ସଂସଦ କାର‌୍ୟ୍ୟ ସଠିକ ଭାବେ ପରିଚାଳନା ହୋଇ ପାରୁନାହିଁ । ଏହାକୁ ନେଇ ସରକାର ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ବିରୋଧୀ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଆସୁଛନ୍ତି । ବିରୋଧୀ କହିଛନ୍ତି କି ସରକାର ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି । ସେପଟେ ସଂସଦର ମୌସୂମୀ ଅଧିବେସନରେ ମଧ୍ୟ ଏନଡିଏର ସହଯୋଗୀ ଦଳର କିଛି ନେତା ପେଗାସସ ଜାସୁସୀ ପାଇଁ ତଦନ୍ତ ଦାବି କରି ଆସୁଛନ୍ତି ।
ସେହିପରି ଏନଡିଏ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି କି, ଏହି ପେଗାସସ ଜାସୁସୀର ତଦନ୍ତ ଦଳ ଦାବି କରୁଛି । ଦୀର୍ଘ ଦିନ ହେବ ଏହି ମାମଲା ଚାଲୁ ରହିଛି । ଏଥିପାଇଁ ଆମେ ଏହାର ତଦନ୍ତ ଦାବି କରୁଛୁ । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଯିବ ବୋଲି ସେ କହିଛନ୍ତି । ସେହିପରି ବିରୋଧୀ ମାନେ ସୁପ୍ରିମକୋର୍ଟ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପେଗାସସର ତଦନ୍ତ କରିବାକୁ ଦାବି କରି ଆସୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top