Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେ

  • କଳାହାଣ୍ଡି ଜିଲ୍ଲାରୁ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

  • ପିଏମ୍ ଆବାସ ସର୍ଭେରେ ନାମ ପଞ୍ଜିକରଣ କଲେଣି ୧୯ଲକ୍ଷ ଲୋକ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ବିଜେପି ସରକାରଙ୍କ ଆବାସିକ ଯୋଜନା ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ ଆସନ୍ତା ୩୦ତାରିଖରେ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲାରୁ ଏହି ଆବାସିକ ଯୋଜନାର ଶୁଭାରମ୍ଭ କରିବେ । ଏହାସହିତ ଏବେ ଜାରି ରହିଥିବା ‘ପିଏମଆବାସ’ ଯୋଜନାର ସର୍ଭେ କାର୍ଯ୍ୟ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ।
ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୩୦ତାରିଖରେ କଳାହାଣ୍ଡି ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ । ୫୦ହଜାର ଲୋକଙ୍କୁ ଏହି ଯୋଜନା ଯୋଡ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗରିବ ଲୋକମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ବିଶେଷକରି ଭିନ୍ନକ୍ଷମ, ବିଧବା, ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିମାନଙ୍କ ସମେତ ଶହୀଦ ପରିବାର, ପଦ୍ମଶ୍ରୀ ପରିବାର, ବନ୍ୟା-ବାତ୍ୟା ଓ ଘରପୋଡ଼ି ଥିବା ବ୍ୟକ୍ତିମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ସରକାରଙ୍କ ପକ୍ଷରୁ ଅନଲାଇନ୍ ଆବେଦନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଏହି ଯୋଜନାରେ ସାମିଲ ହେବା ପାଇଁ ଫୋନ୍ ନମ୍ବର- ୦୬୭୪୬୮୧୭୭୭୭କୁ କଲ୍ କରି କିମ୍ବା ୱେବପୋର୍ଟାଲ ମାଧ୍ୟମରେ ପଂଚାୟତ କାର୍ଯ୍ୟାଳୟରେ ବିଡିଓଙ୍କ ମାଧ୍ୟମରେ ପଞ୍ଜିକୃତ ହୋଇପାରିବେ । ଯେଉଁମାନେ ଏହି ଯୋଜନାରେ ସାମିଲ ହେବାକୁ ଯୋଗ୍ୟ, ସେମାନେ ପଂଚାୟତ ମାଧ୍ୟମରେ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସେହିପରି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପିଏମ୍ ଆବାସ ସର୍ଭେ କାର୍ଯ୍ୟ ଜାରି ରହିବ । ଏପର୍ଯ୍ୟନ୍ତ ୧୯ଲକ୍ଷ ଲୋକ ନିଜର ନାମ ପଞ୍ଜିକରଣ କରିସାରିଲେଣି । ଏବେ ପିଏମ୍ ଆବାସ ଯୋଜନାର ସର୍ଭେ ଜାରି ରହିଛି । ଆହୁରି ୧୭-୧୮ଦିନ ଥିବାରୁ ଅଧିକ ସଂଖ୍ୟକ ଲୋକେ ସାମିଲ ହେବେ ବୋଲି ସରକାର ଆଶା ରଖିଥିବା ଶ୍ରୀ ନାଏକ କହିଚନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top