Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗର ଆଗରେ ରବିନ୍ଦ୍ର ଜାଡେଜା

ଦୁବାଇ: ଭାରତକୁ ହରାଇ ଟେଷ୍ଟ କ୍ରିକେଟର ଚାମ୍ପିୟନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କୌଣସି ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ ହେଁ ଆଇସିସି ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି। ଏବେ ସେ ଟେଷ୍ଟ କ୍ରିକେଟର ଅଲରାଉଣ୍ଡର ତାଲିକାରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ସେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ସର୍ବୋଚ୍ଚ ସ୍ଥାନ ଦଖଲ କରିଛନ୍ତି। ୨୦୧୭ ଅଗଷ୍ଟ ପରେ ଜାଡେଜା ଏହି ସ୍ଥାନକୁ ପୁଣି କମବ୍ୟାକ କରିଛନ୍ତି। ତାଙ୍କ ପାଖରେ ୩୮୬ ପଏଣ୍ଟ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ହୋଲ୍ଡରଙ୍କ ପଏଣ୍ଟ ସଂଖ୍ୟା ୩୮୪ ରହିଛି। ପୂର୍ବଭଳି ବେନ ଷ୍ଟୋକ୍ସ ୩ନଂ ସ୍ଥାନରେ ରହିଥିବା ବେଳେ ଭାରତର ରବି ଅଶ୍ୱିନ ୪ନଂ ଓ ସାକିବ ଅଲ ହାସନ ୫ନଂ ସ୍ଥାନରେ ରହିଛନ୍ତି।
ଦକ୍ଷିଣ ଆଫ୍ରିକା ଘରୋଇ ୱେଷ୍ଟଇଣ୍ଡିଜକୁ ୨-୦ରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ୱିଣ୍ଟନ ଡି’କକ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୧୦କୁ ଫେରିଛନ୍ତି। ସେ ଏବେ ୭୧୭ ପଏଣ୍ଟ ସହ ୧୦ନଂ ସ୍ଥାନରେ ରହିଛନ୍ତି। ଷ୍ଟିଭ ସ୍ମିଥ, କେନ ୱିଲିୟମସନ ଓ ମାର୍ନସ ଲାବୁଶେନ ଯଥାକ୍ରମେ ୧ରୁ ୩ ମଧ୍ୟରେ ରହିଛନ୍ତି। ବିରାଟ କୋହଲି ୪ନଂରେ, ୫ନଂରେ ଜୋ ରୁଟ, ୬ନଂରେ ଋଷଭ ପନ୍ତ, ୭ନଂରେ ରୋହିତ ଶର୍ମା, ୮ନଂରେ ହେନେରି ନିକୋଲ୍ସ ଓ ୯ନଂରେ ଡେଭିଡ ୱାର୍ଣ୍ଣର ରହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top