Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା, ଜଳମଗ୍ନ ହେଲା ପୁରା ସହର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶନିବାର ରେକର୍ଡ ଭାଙ୍ଗିଛି ବର୍ଷା ପ୍ରବଳ ବର୍ଷା କାରଣରୁ ସମଗ୍ର ଦିଲ୍ଲୀ ଜଳମଗ୍ନ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଏପରିକି ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ବିମାନ ବନ୍ଦରର ଟର୍ମିନାଲ ୩ରେ ପାଣି ଜମି ରହିଛି। ଏପରିକି ବିମାନ ଗୁଡ଼ିକ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି କି ଅଚାନକ ପ୍ରବଳ ବର୍ଷା ହେବା କାରଣରୁ ବିମାନବନ୍ଦରରେ ପାଣି ଜମି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଏହା ଉପରେ ପଦକ୍ଷେପ ନେଇଥିଲେ। ସେପଟେ ନଗର ନିଗମ ଅନୁଯାୟୀ ମୋତି ବାଗ ଓ ଆରକେପୁରମ ବ୍ୟତୀତ ମଧୁ ବିହାର, ହରି ନଗର, ରୋହତକ ରୋଡ଼, ବଦରପୁର, ସୋମ ବିହାର, ଆଇପି ଷ୍ଟେସନ, ସମିପ ରିଙ୍ଗ ରୋଡ଼, ବିକାଶ ମାର୍ଗ, ସଂଗମ ବିହାର, ମେରୌଲି-ବଦରପୁର ରୋଡ଼, ପୁଲ ପ୍ରହ୍ଲାଦପୁର ଅଣ୍ଡରପାସ, ମୁନିରିକା, ରାଜପୁର ଖୁର୍ଦ, ନାଂଗଲୋଇ ଓ କିରାଡ଼ି ସମେତ ଅନ୍ୟ ରାସ୍ତା ଗୁଡ଼ିକରେ ମଧ୍ୟ ଜଳାର୍ଣ୍ଣବ ହୋଇଥିବା ଦେଖିବାକୁ ମିଳିଥିଲା।

ଦିଲ୍ଲୀରେ ମୌସୂମୀ ୧୯ ବର୍ଷର ରେକର୍ଡ ଭାଙ୍ଗିଛି। ଜୁଲାଇ ମାସରେ ୧୬ ଦିନ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ସର୍ବାଧି ୫୦୭.୧ ମିମି ବର୍ଷା ହୋଇଛି। ଯାହା ପାଖାପାଖି ୧୪୧ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଜୁଲାଇ ୨୦୦୩ ମସିହା ପରେ ଚଳିତ ମାସରେ ସର୍ବାଧିକ ବର୍ଷା ହୋଇଥିବା ସୂଚନା ରହିଛି। ତେବେ ପ୍ରବଳ ବର୍ଷା କାରଣରୁ ନ୍ୟୁନତମ ତାପମାତ୍ରା ୨୪ ଡିଗ୍ରୀ ରହିଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top