କୋରାପୁଟ (ଓଡ଼ିଶା ୱେୟାର): ଦିନକୁ ଦିନ ବଢିଚାଲିଛି ଅପରାଧ। ଯେତେ କଠୋର ଦଣ୍ଡ ବିଧାନ ହେଲେ ସୁଦ୍ଧା ଅପରାଧୀ ଉପରେ ପଡୁନି ଫରକ୍। ପୁଣି ଗଡାଇଛନ୍ତି ଆଉ ଏକ ମୁଣ୍ଡ । କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ । ମୃତ ବ୍ୟବସାୟଙ୍କ ଘର ରାଜୀବ ନଗରର । ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ସେ ରାସିୟେନ ବଜାରରେ ବ୍ୟବସାୟ କରୁଥିଲେ ।
ମୃତ ବ୍ୟବସାୟୀଙ୍କ ଗାଲରେ ଓ ଶରୀର ର ଏକାଧିକ ସ୍ଥାନରେ କଟା ଦାଗ ରହିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରିବେ ବୋଲି ସୁନାବେଡା ଏସଡିପିଓ କହିଛନ୍ତି ।


