Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଉମେଶ ଏବେ କେଉଁ ଦଳରେ ?

ଜଗତସିଂହପୁର:ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ରାଜନୀତିକ ଅସ୍ତିତ୍ୱ ଏବେ ସଙ୍କଟରେ ପଡ଼ିଛି । ନିକଟରେ ତାଙ୍କୁ ବିଧାନସଭା ପକ୍ଷରୁ ୨୦୧୨ ମସିହା ପାଇଁ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି । କିନ୍ତୁ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ସ୍ୱାଇଁଙ୍କୁ ନିଜ ଅଂଚଳରେ ସମ୍ବର୍ଦ୍ଧିତ କରାଯିବା ପାଇଁ କେହି ବି ଆଗଭର ହେଉନଥିବା ଜଣାପଡ଼ିଛି । ଯାହା ଶ୍ରୀ ସ୍ୱାଇଁଙ୍କ ଭଳି ବରିଷ୍ଠ ନେତାଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଶ୍ରୀ ସ୍ୱାଇଁଙ୍କ ପ୍ରତି ଉଭୟ ଦଳ ଓ ସ୍ଥାନୀୟ ଲୋକଙ୍କ ଆସ୍ଥା ରହୁନଥିବାରୁ ଏବେ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ବାଲିକୁଦା ନିର୍ବାଚନମଣ୍ଡଳୀରୁ ସେ କଂଗ୍ରେସ ବିଧାୟକ ଭାବେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରହିଥିଲେ । ସେହି ସମୟ ମଧ୍ୟରେ ତାଙ୍କର କଂଗ୍ରେସ ସହ ଥିବା ସମ୍ପର୍କ ଏବେ ବି ବଳବତର ରହିଥିବାରୁ ବିଜେଡି ସଂଗଠନ ତାଙ୍କୁ ବିଶ୍ୱାସକୁ ନେଇପାରୁନି । ଯେଉଁଥିପାଇଁ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉମେଶଙ୍କୁ ସାମିଲ କରାଯାଇନଥିବା ଜଣାପଡ଼ିଛି । ବର୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲି ବିଧାନସଭା ପକ୍ଷରୁ ୨୦୧୨ ମସିହାର ଶ୍ରେଷ୍ଠ ବିଧାୟକ ଭାବେ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବୁଧବାର ଉଭୟ ବାଲିକୁଦା ଓ ଏରସମା ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ବାଲିଭଉଁରୀ ଛକରୁ ବୋରିକିନା ପର୍ଯ୍ୟନ୍ତ ପ୍ରାୟ ୨୫୦୦ ବାଇକ ଓ କାର ରାଲିରେ ଶ୍ରୀ ମୁଦୁଲିଙ୍କୁ ପାଛୋଟି ନିଆଯାଇଥିଲା । ପରେ ତାଙ୍କୁ ବୋରିକିନାରୁ ଏରସମା ପର୍ଯ୍ୟନ୍ତ ଅନ୍ୟ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇ ଏରସମାରେ ସମ୍ବର୍ଦ୍ଧିତ କରାଯାଇଛି । ଦଳର କର୍ମୀମାନେ ସ୍ୱତଃପ୍ରବୃତ ଭାବେ ଏହି ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ସେଥିରୁ ବରିଷ୍ଠ ନେତା ଉମେଶ ସ୍ୱାଇଁଙ୍କୁ ଜାଣିଶୁଣି ଦୂରେଇ ରଖାଯାଇଥିବା ଚର୍ଚ୍ଚା ।
ସ୍ଥାନୀୟ ଅଂଚଳର ଜଣେ ବରିଷ୍ଠ ବିଜେଡି ନେତାଙ୍କ କହିବା ଅନୁସାରେ ଅଣକଂଗ୍ରେସ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ସ୍ୱାଇଁ ବାଲିକୁଦା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଭାବେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । କିନ୍ତୁ ବାଲିକୁଦା ନିର୍ବାଚନମଣ୍ଡଳୀର ପୁର୍ନଗଠନ ପରେ ଶ୍ରୀ ସ୍ୱାଇଁଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୨୦୧୪ ନିର୍ବାଚନବେଳେ ସେ ବିଜେଡିରେ ମିଶିଥିଲେ ମଧ୍ୟ ନିଜର ପୁରୁଣା କଂଗ୍ରେସକୁ ଏପର୍ଯ୍ୟନ୍ତ ଛାଡ଼ି ପାରିନାହାନ୍ତି । ଦଳରେ ରହି ମଧ୍ୟ ସଂଗଠନ ବିରୋଧରେ ସେ ବାରମ୍ବାର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏପରିକି ପଂଚାୟତ ନିର୍ବାଚନ ସମୟରେ ସେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିଥିଲେ । ତେଣୁ ତାଙ୍କୁ ଦଳୀୟ ସାଂଗଠନିକ କାର୍ଯ୍ୟରେ ସାମିଲ କରାଯାଇ ନାହିଁ । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ କାହିଁକି ସମ୍ବର୍ଦ୍ଧନା ଦିଆଯିବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।
ସେ ଯୁକ୍ତି ବାଢ଼ିଛନ୍ତି ଯେ, ବିଜେଡିର ଜଣେ ବି ନେତା ଏବେ ଉମେଶଙ୍କ ସମର୍ଥନରେ ନଥିବାବେଳେ ତାଙ୍କ ସପକ୍ଷରେ ସ୍ଥାନୀୟ କଂଗ୍ରେସ ଏବେ ଆଗଭର ହୋଇଛି । ମାଛଗାଁ କଂଗ୍ରେସର ଆନୁଷ୍ଠାନିକ ସୋସିଆଲ ମିଡିଆ ପେଜରେ ଶ୍ରୀ ସ୍ୱାଇଁଙ୍କ ଫଟୋ ପୋଷ୍ଟ କରାଯାଇ ତାଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରାଯାଉଛି । ଏବେ ବାଲିକୁଦାରେ କଂଗ୍ରେସର ନେତୃତ୍ୱ ନେଉଥିବା କିଛି ଯୁବନେତା ତାଙ୍କର ଦୃଢ଼ ସମର୍ଥକ । ତେଣୁ କେବଳ ନାଁକୁ ବିଜେଡିରେ ରହି କଂଗ୍ରେସ ପାଇଁ କାମ କରୁଥିବା ବରିଷ୍ଠ ନେତା ଶ୍ରୀ ସ୍ୱାଇଁ ଯେଉଁ ଶୈଳୀରେ ବିଧାନସଭା ପୁରସ୍କାର ପାଇଛନ୍ତି ସେହି ଢଙ୍ଗରେ ନିଜ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜନ କରୁନାହାନ୍ତି କାହିଁକି ବୋଲି ବିଜେଡିର ଏହି ନେତା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top