Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସେବାୟତଙ୍କୁ ମନାଇବାକୁ ବିଜେଡିର ଉଦ୍ୟମ

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ସେବାୟତଙ୍କୁ ମନାଇବା ପାଇଁ କ୍ଷମତାସୀନ ବିଜେଡି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସେବାୟତ ସଂଘର ପ୍ରତିନିଧିଙ୍କୁ ଆଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରାଇଛନ୍ତି ପୁରୀ ସାଂସଦ ଓ ବିଧାୟକ । ଶ୍ରୀମନ୍ଦିର ଛତିଶା ନିଯୋଗର ସେବାୟତଙ୍କ ୨୨ଜଣିଆ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିରର ପରମ୍ପରାକୁ ବଜାୟ ରଖିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ପୁରୀ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସେବାୟତମାନେ ଏକ ସ୍ମାରକପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ପୁରୀ ସାଂସଦ ପିନାକୀ ମିଶ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସୁପ୍ରିମକୋର୍ଟ ଗତ ୫ତାରିଖରେ ଯେଉଁ ନିର୍ଦ୍ଦେଶ ଦେବାବେଳେ ସେବାୟତମାନଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ ନକରି ନିଜର ଅନ୍ତରୀଣ ରାୟ ଦେଇଛନ୍ତି । ଯାହାକୁ ଗଭୀର ଅନୁଧ୍ୟାନ କରାଯିବା ଉଚିତ୍ ବୋଲି ନିଜେ ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି । ରାଜ୍ୟ ସରକାର ମଧ୍ୟ ଜୁନ୍ ମାସରୁ ଶ୍ରୀମନ୍ଦିର ପରିଚାଳନାର ଅନୁଧ୍ୟାନ ପାଇଁ ୩ଜଣିଆ କମିଟି ଗଠନ କରିସାରିଛନ୍ତି । ଏହି କମିଟି ବିଭିନ୍ନ ପ୍ରସଙ୍ଗକୁ ଯାଞ୍ଚ କରି ସୁପ୍ରିମକୋର୍ଟଙ୍କୁ ବାସ୍ତବ ବିସ୍ତୃତ ତଥ୍ୟ ଦେବେ ବୋଲି ଆଶା କରାଯାଉଛି । ଶ୍ରୀମନ୍ଦିରରେ ଶହ ଶହ ବର୍ଷ ଧରି ବଂଶାନୁକ୍ରମିକ ସେବାୟତ ପରମ୍ପରା ଚାଲିଆସିଛି । ଦେଶର ଅନ୍ୟ ମନ୍ଦିର ତୁଳନାରେ ପୁରୀ ଶ୍ରୀମନ୍ଦିରର ପରିଚାଳନା ଭିନ୍ନ । କେବଳ ପୁରୀରେ ଜୀବନ୍ତ ଠାକୁର ପୂଜା ପାଆନ୍ତି ଓ ଅନ୍ୟଠି ମୂର୍ତ୍ତି ପୂଜା ହୋଇଥାଏ । ତେଣୁ ଶହଶହ ଶତାବ୍ଦୀ ପୁରୁଣା ପରମ୍ପରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଠିକ୍ ଭାବେ ଅବଗତ କରାଯିବା ଉଚିତ୍ । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍ଙ୍କୁ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି । ସେ ରଥଯାତ୍ରା ସମୟରେ ପୁରୀ ଆସି ସମସ୍ତଙ୍କୁ ଭେଟି ମତାମତ ଗ୍ରହଣ କରିବା ସହ ଶହ ଶହ ବର୍ଷର ପରମ୍ପରାକୁ ନିଜେ ଅନୁଧ୍ୟାନ କରନ୍ତୁ । ତା’ପରେ ନିଜର ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କୁ ଅବଗତ କରାନ୍ତୁ । ବରିଷ୍ଠ ଓକିଲ ଶ୍ରୀ ସୁବ୍ରମଣ୍ୟମ୍ଙ୍କୁ ସେ ପୁରୀ ଆସିବା ପାଇଁ ଅନୁରୋଧ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଆଜିର ଆଲୋଚନାବେଳେ ସେବାୟତଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଶୁଣିଥିଲେ ଓ ସେହି ପ୍ରସଙ୍ଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସିଂହାରୀ ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରୀ କହିଛନ୍ତି ଯେ, ସେବାୟତଙ୍କ ପକ୍ଷରୁ ମୁଖ୍ୟତଃ ୪/୫ଟି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଶ୍ରୀମନ୍ଦିର ସୁପରିଚାଳନା ଓ ବର୍ଷତମାମ ଯାନିଯାତ୍ରାରେ ସହଯୋଗ, ଦର୍ଶନାର୍ଥୀଙ୍କୁ ସୁବ୍ୟବହାର, ମହାପ୍ରସାଦ ସେବା ଆଦିରେ ମହାପ୍ରଭୁଙ୍କ ସୁନାମ ତଥା ଶ୍ରୀମନ୍ଦିର ଗାରିମା ରଖିବାରେ ସେବାୟତମାନେ ସର୍ବଦା ଚେଷ୍ଟିତ । ପରମ୍ପରା, ନୀତି, ଜଗନ୍ନାଥ ସଂସ୍କୃତି, ଓଡ଼ିଶା ସରକାରଙ୍କ ସମ୍ମାନ ଓ ୧୨୦କୋଟି ହିନ୍ଦୁଙ୍କ ଭାବାବେଗ କିଭଳି ଅକ୍ଷୁଣ୍ଣ ରହିବ ସେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟ ଯାହା କହିଛନ୍ତି ତାହା ଉପରେ ସେବାୟତମାନେ ନିଶ୍ଚିତ ପକ୍ଷ ରଖିବେ । କିନ୍ତୁ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଯତ୍ନବାନ ହୁଅନ୍ତୁ ବୋଲି ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରୀମନ୍ଦିରର ଗାରିମା ବଜାୟ ରଖିବାକୁ ଆଗାମୀ ଦିନରେ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top