Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରେ ମିଶିଲେ ଦୁଷ୍ମନ୍ତ ନାୟକ

ଭୁବନେଶ୍ୱର : ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଓ ତାଙ୍କର ସମର୍ଥକମାନଙ୍କୁ ବିଜେଡିରେ ସ୍ୱାଗତ କରିଛନ୍ତି । ଏହାସହିତ ଆଗାମୀ ନିର୍ବାଚନରେ ଦୁଷ୍ମନ୍ତଙ୍କୁ ବିଜେଡି ଭବାନୀପାଟଣା ବିଧାନସଭା ସିଟରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି ।
ଶ୍ରୀ ନାୟକ ନେତୃତ୍ୱରେ ଭବାନୀପାଟଣା ଅଧ୍ୟକ୍ଷା ସୁକାନ୍ତି ବେହେରାଙ୍କ ସହ ୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ ସରପଞ୍ଚ, ଦୁଇଜଣ ପୂର୍ବତନ ସମିତି ସଭ୍ୟ, ଭବାନୀପାଟଣା ପୌରପରିଷଦ ପୂର୍ବତନ ଅଧ୍ୟକ୍ଷା ଲଳିତା ନାଏକ, କେସିଙ୍ଗା ଏନ୍‍ଏସିର ବହୁ କାଉନ୍‍ସିଲର, ପୂର୍ବତନ କାଉନ୍‍ସିଲର, ନଗର କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ହଜାରରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀଙ୍କୁ ଧରି ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ ଫଳରେ କଳାହାଣ୍ଡିରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଷ୍ମନ୍ତ ଜଣେ ପୂର୍ବତନ ବିଧାୟକ ଏବଂ ଭଲ ସଂଗଠକ । ଦୁଷ୍ମନ୍ତଙ୍କ ସହ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦେବା ଫଳରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ଆମ ଦଳ ଆହୁରି ଶକ୍ତିଶାଳୀ ହେବା ସହ ସୁଦୃଢ଼ ହୋଇପାରିବ । ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ନାୟକ କହିଥିଲେ ଆମ ଜିଲ୍ଲାରେ ଯେଉଁ ବିକାଶ ହୋଇଛି, ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ସମ୍ଭବ ହୋଇପାରିଛି । କଳାହାଣ୍ଡି ଜିଲ୍ଲା ରାଜ୍ୟରେ ଏକ ନମ୍ବର ହେବ ବୋଲି ବିଜେଡି ସଂଗଠିତ ହୋଇ କାମ କରିକି ଦେଖେଇଛି ଏବଂ ଆଗକୁ କରିକି ଦେଖାଇବ ବୋଲି ମୋର ଆଶା । ବହୁଦିନରୁ କଂଗ୍ରେସରେ ଥିଲି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଆଜି ନିଜର ହଜାର ହଜାର ସମର୍ଥକଙ୍କୁ ଧରି ବିଜେଡିରେ ଯୋଗଦେଇଛି । ଆଜିର ଏହି ଯୋଗଦାନ ଉତ୍ସବରେ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ସଭାପତି ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ଅନାମ ନାଏକ, ବଳଭଦ୍ର ମାଝୀ, ଦିବ୍ୟଶଙ୍କର ମିଶ୍ର, ଧନେଶ୍ୱର ମାଝୀ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା କର୍ମକର୍ତ୍ତା ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ମୁଣ୍ଡ୍‍, ଜିତେନ୍ଦ୍ର ମହାନ୍ତି, ପ୍ରବୋଧ ରଥ, ଆଦିତ୍ୟ ନନ୍ଦ, ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top