Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

‘ସିଭିୟର’ ସାଇକ୍ଲୋନ୍ ରୂପ ନେଲା ‘ତିତ୍‌ଲି’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ‘ଡିପ୍ରେସନ୍’ର ରୂପ ସିଭିୟର ସାଇକ୍ଲୋନ୍ ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ବାତ୍ୟାର ଆଶଙ୍କା ଦେଖାଦେଇଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ସମୁଦ୍ର କୂଳ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ଆଜିଠୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ ୪ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ୧୨ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହାସହିତ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ଏଡ଼ାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଗାଇଡଲାଇନ ପଠାଇ ସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତିତଲି ଅପଡେଟ୍

୧୧ ତାରିଖ ଭୋର ସମୟରେ ଭୂଭାଗ ସ୍ପର୍ଶ କରିବ
ପବନର ବେଗ ୧୧୦ରୁ ୧୨୫ କି.ମି. ରହିବ
୪ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ଶିକ୍ଷାନୁଷ୍ଠାନ ବନ୍ଦ
ଗଞ୍ଜ।ମ, ଖୋର୍ଦ୍ଧ। ଓ ପୁରୀ ଜିଲ୍ଲ।ର ସମୁଦ୍ର କୂଳ ଅଂଚଳରୁ ଲୋକଙ୍କୁ ସ୍ଥ।ନ।ନ୍ତର ନିର୍ଦ୍ଦେଶ
4 ଜିଲ୍ଲ।ରେ କଚ।ଘରରେ ରହୁଥିବ। ଲୋକଙ୍କୁ ସ୍ଥ।ନ।ନ୍ତର ନିର୍ଦ୍ଦେଶ
ଅସ୍ଥ।ୟୀ କିଚେନ୍, ଶୁଦ୍ଧ ପ।ନୀୟ ଜଳ, ସ୍ୱ।ସ୍ଥ୍ୟ ଓ ପରିମଳ ତଦ।ରଖ
ଅଗ୍ନିଶମ ବ।ହିନୀର ସମସ୍ତଙ୍କ ଛୁଟି ବ।ତିଲ
୩୩୫ ଅଗ୍ନିଶମ କେନ୍ଦ୍ରକୁ ହ।ଇଆଲର୍ଟ
କମିଶନରେଟ ଅଂଚଳରେ ୮ ଓଡ୍ର।ଫ ଟିମ୍ ମୁତୟନ
୩୦୦ ପ।ୱ।ର ବୋଟ୍ ପ୍ରସ୍ତୁତ
୧୯ ଜିଲ୍ଲ।ରେ ପ୍ରବଳରୁ ଅତି ପ୍ରବଳ ବର୍ଷ। ଆଶଙ୍କ।
ଗଞ୍ଜ।ମ, ଖୋର୍ଦ୍ଧ। ଓ ପୁରୀରେ ଅଧ ମିଟର ଉଚ୍ଚରେ ଆସିବ ଜୁଆର

 

ଏହି ବାତ୍ୟା ‘ତିତ୍‌ଲି’ର ମୁକାବିଲା ନିମନ୍ତେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବସୂଚନା ଓ ସ୍ଥିତିର ସମୀକ୍ଷା କରି ଆସନ୍ତାକାଲିଠାରୁ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଆଦି ୪ଟି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ନଦେବା, ସ୍ୱାସ୍ଥ୍ୟସେବା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅବ୍ୟାହତ ରଖିବା ପାଇଁ ଜେନେରେଟର ଓ ‘ପାୱାରବ୍ୟାଙ୍କ୍’କୁ କାର‌୍ୟ୍ୟକ୍ଷମ ସ୍ଥିତିରେ ରଖିବା, ରାସ୍ତାଘାଟ ସଫ। କରବ। ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓ ମାନବସମ୍ବଳ ପ୍ରସ୍ତୁତ ରଖିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାତ୍ୟା ‘ତିତ୍‌ଲି’ ଚଳିତ ଅକେଫାବର ମାସ ୧୧ ତାରିଖ ଭୋର ସମୟରେ ଗୋପାଳପୁର ଏବଂ କଳିଙ୍ଗପାଟନମ୍ ମଧ୍ୟରେ ଭୂଭାଗ ସ୍ପର୍ଶ କରିବ । ଏହାର ପ୍ରଭାବରେ ଘଣ୍ଟାକୁ ୧୦୦ରୁ ୧୧୦ କି.ମି. ପର‌୍ୟ୍ୟନ୍ତ ବେଗରେ ପବନ ବୋହିବ । ପବନର ବେଗ ଘଣ୍ଟାକୁ ୧୨୫ କି.ମିକୁ ବୃଦ୍ଧି ପାଇପାରେ । ସ୍ଥଳ ଭାଗ ଛୁଇଁବା ପରେ ଏହା ଓଡ଼ିଶା ଉପକୂଳ ଅଞ୍ଚଳ ଦେଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଗତିକରିବ । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ପ୍ରବଳତର ବୃଷ୍ଟିପାତ ହେବ । କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି । ବର୍ଷା ଏବଂ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଗଜପତି ଜିଲ୍ଲାର ତଳିଆ ଅଞ୍ଚଳରୁ ଜନସାଧାରଣଙ୍କୁ ନିରାପଦ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କୁ ଚାଲିଯିବାକୁ ଅନୁରୋଧ କରାଯାଇଛି । ଉଦ୍ଧାର ଓ ରିଲିଫ୍ କାର‌୍ୟ୍ୟରେ ସହାୟତା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସରଞ୍ଜାମ ସହ ମୁତୟନ କରାଯାଇଛି । ଫାୟାର ଏବଂ ପ୍ରାକୃତିକ ବିପର‌୍ୟ୍ୟୟ ଫୋର୍ସମାନଙ୍କୁ ତତ୍‌କାଳ ସୁରକ୍ଷା ଦଳ ଭାବେ ମୁତୟନ କରାଯାଇଛି । ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ ଏବଂ ଯାଜପୁର ଜିଲ୍ଲାମାନଙ୍କର ସମୁଦାୟ ୬ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ସେହିପରି ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ ଓ କଳାହାଣ୍ଡି ଆଦି ଜିଲ୍ଲାରେ ସମୁଦାୟ ୭ଟି ଓଡ୍ରାଫ୍ ଦଳ ମୁତୟନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top