Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡାଙ୍କ ଲୋକସଭା ସାଂସଦ ପଦରୁ ଇସ୍ତଫା ପତ୍ରକୁ ଆଜି ବାଚସ୍ପତି ସୁମିତ୍ରା ମହାଜନ ସ୍ୱୀକାର କରିଛନ୍ତି । ଏନେଇ ଆସନ୍ତାକାଲି ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାପଡ଼ିଛି । ବୈଜୟନ୍ତଙ୍କ ଟ୍ୱିଟର ଆକାଉଂଟ୍ ଷ୍ଟାଟସରେ ସେ ନିଜକୁ ପୂର୍ବତନ ସାଂସଦ ଭାବେ ଉଲ୍ଲେଖ କରିଛନ୍ତି । ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିବା ପାଇଁ ସେ ଟ୍ୱିଟ୍ ମାଧ୍ୟମରେ ଲୋକସଭା ବାଚସ୍ପତି ଶ୍ରୀମତୀ ମହାଜନଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ପଣ୍ଡା ଚଳିତମାସ ପ୍ରଥମ ସପ୍ତାହରେ ବାଚସ୍ପତିଙ୍କୁ ଭେଟି ତାଙ୍କର ସାଂସଦ ପଦରୁ ଇସ୍ତଫା ପତ୍ରକୁ ମଞ୍ଜୁର କରିବା ନିମନ୍ତେ ଅନୁରୋଧ କରିଥିଲେ । ବିଜେଡିରେ ଚାଲିଥିବା ଅଫିସରରାଜକୁ ବିରୋଧ କରି ବୈଜୟନ୍ତ ଉଭୟ ବିଜେଡି ଓ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଗତ ସପ୍ତାହରେ ମଧ୍ୟ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ବାଚସ୍ପତିଙ୍କୁ ଚିଠି ଲେଖି ସାଂସଦ ଶ୍ରୀ ପଣ୍ଡାଙ୍କ ଇସ୍ତଫାକୁ ସ୍ୱୀକାର କରିବା ପାଇଁ ଅନୁରୋଧ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top