Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପିସିସି ଉପରେ ବର୍ଷିଲେ ଶ୍ରୀକାନ୍ତ

ଭୁବନେଶ୍ୱର(ଓଡବ୍ଲ୍ୟୁ):ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିରୁ ଗତକାଲି ବିଦା ହେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍‌ ନେତା ଶ୍ରୀକାନ୍ତ ଜେନା ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଇସ୍ତାହାର ମୁଖବନ୍ଧକୁ ନେଇ ସେ ଦେଇଥିବା ପ୍ରସ୍ତାବକୁ ଦଳ ଗ୍ରହଣ ନକଲେ ରାଜ୍ୟରେ କଂଗ୍ରେସ ପଙ୍ଗୁ ହୋଇଯିବ ବୋଲି କହି ଦଳୀୟ ନେତାଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ରାଜ୍ୟରେ ଚାଲି ଆସିଥିବା ଦୁଇଟି ପରିବାରର ଶାସନକୁ ରୋକିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ପ୍ରଦେଶ କଂଗ୍ରେସ୍‌ ନେତୃତ୍ୱ ବିରୋଧରେ ବିଷୋଦଗାର କରିଛନ୍ତି। ସେ କହିଛନ୍ତି, “ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ପରେ ଏକ ମୁଖବନ୍ଧ ପ୍ରସ୍ତୁତ କରି ପ୍ରଦେଶ କମିଟି ସଦସ୍ୟ ଓ ଏଆଇସିସି ସଦସ୍ୟଙ୍କ ପାଖକୁ ପଠାଇଥିଲି। ରାଜ୍ୟରେ ପୁଣି ଥରେ ଦଳକୁ ମଜଭୁତ କରିବା ଓ କ୍ଷମତାକୁ ଫେରାଇବା ପାଇଁ ତିନିଟି ପ୍ରସ୍ତାବ ଦେଇଥିଲି। “ସାମାଜିକ ଓ ଅର୍ଥନୈତିକ ନ୍ୟାୟ ଏବଂ ରାଜନୈତିକ ଶକ୍ତି କଥା ମୁଁ ମୁଖବନ୍ଧରେ ରଖିବାକୁ କହିଥିଲି। ହେଲେ ସେତେବେଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଓ ଅନ୍ୟ କିଛି ନେତା ଏହାକୁ ପସନ୍ଦ କରି ନଥିଲେ। କିଛିଦିନ ପରେ ଏଆଇସିସିର ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ସିଂହ ମୋତେ ଚିଠି ଲେଖି ଏକଥା ବାହାରେ ପ୍ରକାଶ ନକରିବାକୁ କହିଥିଲେ।” ଏହି ଅବସରରେ ଶ୍ରୀକାନ୍ତ ଦୁଇ ପଟ୍ଟନାୟକ ପରିବାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଓଡ଼ିଶାରେ ଦୁଇଟି ପରିବାର ୪୦ ବର୍ଷ ଶାସନ କଲେଣି। ଏବେ ବି ଶାସନ କରୁଛନ୍ତି। ରାଜ୍ୟର ୯୪ ଭାଗ ଲୋକ ପରିବର୍ତ୍ତନ ଚାହିଁଛନ୍ତି। ଜଣେ ପ୍ରକୃତ କଂଗ୍ରେସ ନେତା ଭାବେ ଏହି ଘଟଣାକୁ ନେଇ ପ୍ରତି ଗାଁକୁ ଯିବି। ଜନମତ ନିଆଯିବ। ପ୍ରତି ଗାଁରେ ଜନମତ ବାକ୍ସ ବସାଯାଇ ଦୁଇଟି ପରିବାର ନା ୯୪ ପ୍ରତିଶତ ଲୋକ ରାଜ୍ୟକୁ ଶାସନ କରିବେ, ତାହାର ମତାମତ ନିଆଯିବ। ଏହାପରେ ରାହୁଲ ଗାନ୍ଧି ଜାଣି ପାରିବେ ଓଡ଼ିଶାର ବାସ୍ତବ ସ୍ଥିତି କ’ଣ।”

ଚେତାବନୀ ଦେଇ ଶ୍ରୀ ଜେନା କହିଛନ୍ତି, ଏପରି ମୁଖବନ୍ଧକୁ ଗ୍ରହଣ ନକରି କଂଗ୍ରେସ୍‌ ବିଜେପିକୁ ପ୍ରୋତ୍ସାହିତ କରୁଥିବା ବେଳେ ଆମେ କେବଳ ନୀରବଦ୍ରଷ୍ଟା ହୋଇଯିବ। ବିଜେପି ଶାସନରୁ ଓଡ଼ିଶାକୁ ରକ୍ଷା କରିବା ଓ ବିଜେଡିକୁ ବାହାର କରିବାକୁ ହେଲେ ଦଳ ଏ କାର‌୍ୟ୍ୟକ୍ରମ ହାତକୁ ନନେଲେ ରାଜ୍ୟରେ କଂଗ୍ରେସ ପଙ୍ଗୁ ହୋଇଯିବ ବୋଲି ଶ୍ରୀକାନ୍ତ ଚେତାବନୀ ଦେଇଛନ୍ତି।

ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ଓ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ଆସିବା ପରେ ଶ୍ରୀକାନ୍ତ ଦଳୀୟ ନେତାଙ୍କୁ ପ୍ରଶ୍ନବାଣ ମାରିଛନ୍ତି। ସେ କହିଛନ୍ତି, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ କହିବା କ’ଣ ଦଳ ବିରୋଧୀ ଥିଲା ? ଏହି ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରିବାକୁ କହିବା କ’ଣ ଦଳ ବିରୋଧୀ ଥିଲା ? ଆଦିବାସୀ ଝିଅ ଦୁଷ୍କର୍ମର ଶିକାର ହୋଇ ନ୍ୟାଇ ନପାଇ ଆତ୍ମହତ୍ୟା କରିଲେ। ମୁଖ୍ୟମନ୍ତ୍ରୀ ନିଜ ପୁଲିସ୍‌ ଅଫିସରଙ୍କୁ ବଞ୍ଚାଇଲେ ଓ ଏହାର ପ୍ରତିବାଦରେ କୃଷ୍ଣ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେ, ଏହା କ’ଣ ଦଳ ବିରୋଧୀ ଥିଲା ବୋଲି ଶ୍ରୀକାନ୍ତ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top