Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଂଗ୍ରେସରୁ ଶ୍ରୀକାନ୍ତ ଓ ଶଗରିଆ ବହିଷ୍କୃତ

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ସଜାଡ଼ିବା ପାଇଁ କଂଗ୍ରେସ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଦଳ ଭିତରେ ବିଶୃଙ୍ଖଳା ଓ ଗଣମାଧ୍ୟମରେ ଦଳବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି।
ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀଙ୍କ ପକ୍ଷରୁ ଜାରି ପ୍ରେସ ରିଲିଜରେ ଏହା ଦର୍ଶାଯାଇଛି। ଶ୍ରୀକାନ୍ତ ଓ ଶଗରିଆଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ କଂଗ୍ରେସରେ କମ୍ପନ ସୃଷ୍ଟି କରିଛି।
ଜନତା ଦଳ(ଏସ୍) ଛାଡ଼ି ୧୯୯୯ ମସିହାରେ କଂଗ୍ରେସରେ ସାମିଲ ହୋଇଥିବା ଶ୍ରୀକାନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି। ସେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ହେବା ସହ ୨୦୧୮ ଏପ୍ରିଲ ମାସରେ ଦଳର ଇସ୍ତାହାର କମିଟି ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ପିସିସି ସଭାପତିଙ୍କ ପ୍ରତି ଟିପ୍ପଣୀ ଦେବା ଅଭିଯୋଗରେ ତାଙ୍କୁ ଏହି ପଦରୁ କାଢ଼ି ଦିଆଯାଇଥିଲା। ଯାହାର ପ୍ରତିବାଦରେ ଶ୍ରୀକାନ୍ତ ୨୦୧୮ ଡିସେମ୍ବର ୧୦ତାରିଖରେ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇ କେବଳ ସାଧାରଣ ସଦସ୍ୟ ହୋଇ ରହିଥିଲେ। ଏହା ସତ୍ତେ୍ୱ ଖଣି ଦୁର୍ନୀତି ଆଳରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି କଟୂ ମନ୍ତବ୍ୟ ଦେବାକୁ ପଛାଉନଥିଲେ। ସେହିପରି ଶଗରିଆ ମଧ୍ୟ ବ୍ୟକ୍ତିଗତ ଭାବେ ନିରଞ୍ଜନଙ୍କ ଉପରେ ଗଣମାଧ୍ୟମରେ କଟୂ ମନ୍ତବ୍ୟ ଦେଉଥିଲେ। ଯେଉଁଥିପାଇଁ ଉଭୟଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିରଞ୍ଜନଙ୍କ ଉପରେ ଚାପ ପଡ଼ିଥିଲା। ଆଉ ଆଗକୁ ନିର୍ବାଚନ ଥିବାରୁ ଦଳକୁ ଶୃଙ୍ଖଳାର ଗଣ୍ଡି ଭିତରେ ରଖିବା ପାଇଁ ନିରଞ୍ଜନଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ଆସ୍ଥା ପ୍ରକଟ କରିଛନ୍ତି। ଶ୍ରୀକାନ୍ତଙ୍କ ସହ ଶଗରିଆଙ୍କୁ ମଧ୍ୟ ଦଳରୁ ବିଦା ହେବାକୁ ପଡ଼ିଛି।
ସୂଚନାଯୋଗ୍ୟ ତିନିଦିନ ପୂର୍ବରୁ ବିଧାୟକ ନବ ଦାସଙ୍କୁ କଂଗ୍ରେସ ବହିଷ୍କାର କରିଥିବାବେଳେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ କରିଥିଲା । ଅବଶ୍ୟ ଏହି ଦୁଇ ନେତା ବିଜେଡିରେ ସାମିଲ ହେବା ଚକ୍କରରେ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top