Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତ୍ରିପୁରାରେ ବ୍ୟାପିଲା ସ୍ୱାଇନ୍ ଫ୍ଲୁ : ସଂକ୍ରମିତ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବ୍ୟାପିଲା ସ୍ୱାଇନ୍ ଫ୍ଲୁ । ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମ ପରେ ଏବେ ତ୍ରିପୁରାରେ ସ୍ୱାଇନ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଥିବା ଏକ ପଶୁ ପ୍ରଜନନ କେନ୍ଦ୍ରରେ ଆଫ୍ରିକାନ ସ୍ୱାଇନ୍ ଫ୍ଲୁ ମାମଲା ସାମ୍ନାକୁ ଆସିଛି ।
ଘଟଣା ସାମ୍ନାକୁ ଆସିବା ପରେ ଅଗରତାଲାର ଏକ ଟିମ୍ ପ୍ରଜନନ କେନ୍ଦ୍ରରେ ପହଁଚି ସ୍ଥିତି ଯାଞ୍ଚ କରିଛି । ତେବେ ଗତ ୧୩ ତାରିଖରେ କିଛି ଘୁଷୁରୀଙ୍କ ରକ୍ତ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା । ଯାହା ପଜିଟିଭ୍ ଆଶିବା ପେର ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡକୁ ଆସିଯାଇଛି ।
ପ୍ରଜନନ କେନ୍ଦ୍ରରେ ଥିବା ଘୁଷୁରୀଙ୍କଠାରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ଲକ୍ଷଣ ଦେଖାଯାଇଛି । ଏହାସହ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ସତର୍କ ରଖିବାକୁ କୁହାଯାଇଛି । ଏବାବଦରେ ଗଠନ କରାଯାଇଥିବା ଟିମ୍ ଅତିଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟିମ୍‌ର ସଦସ୍ୟ ଡାକ୍ତର ମୃଣାଳ ଦତ୍ତ କହିଛନ୍ତି ।

ସଂକ୍ରମିତ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ

ସରକାର ଏହି ରୋଗକୁ ରୋକିବା ପାଇଁ ସଂକ୍ରମିତ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଘୁଷୁରୀଙ୍କୁ ମାରିବା ପରେ ସେମାନଙ୍କୁ ୮ ଫୁଟ୍ ଗାତ କରି ପୋତି ଦିଆଯିବ ।ପ୍ରଜନନ କେନ୍ଦ୍ରର ଏକ କିମି ପରିଧି ମଧ୍ୟରେ ଥିବା ସମସ୍ତ ଘୁଷୁରୀଙ୍କୁ ମରାଯିବ । ଏହାଦ୍ୱାରା ଭାଇରସ ଅନ୍ୟ ସ୍ଥାନକୁ ବ୍ୟାପି ପାରିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top