Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଜାନ ଓ ହନୁମାନ ଚାଳିଶା ବିବାଦ: ଲାଉଡ଼ସ୍ପିକରରେ ବାଜି ପାରିବନି !

ନୂଆଦିଲ୍ଲୀ ଅଜାନ ଓ ହନୁମାନ ଚାଳିଶା ବିବାଦ ଉପରେ ନାସିକ ପ୍ରଶାସନ ଏକ ବଡ ଫଇସଲା ନେଇଛନ୍ତି । ସେଠାରେ ଏବେ ହନୁମାନ ଚାଳିଶା କିମ୍ବା ଅଜାନ ବଜାଇବା ପୂର୍ବରୁ ସେଠାକାର ପ୍ରଶାସନ ପାଖରୁ ଅନୁମତି ନେବାକୁ ପଡିବ । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛିକି ଅଜାନ ପୂର୍ବରୁ ତଥା ପରେ ୧୫ ମିନିଟ ସମୟ ପର୍ଯ୍ୟନ୍ତ ହନୁମାନ ଚାଳିଶା ବଜାଇବା ନେଇ ଅନୁମତି ମିଳିବ ନାହିଁ । ଏହା ସହ ମସଜିଦର ୧୦୦ ମିଟର ପରିସର ଭିତରେ ହନୁମାନ ଚାଳିଶା ତଥା ଭଜନ ବଜାଇବା ପାଇଁ ଅନୁମତି ମିଳିବ ନାହିଁ ।
ନାସିକ ପୋଲିସ କମିସିନର ଦୀପକ ପାଣ୍ଡେଙ୍କ କହିବା ଅନୁଯାୟୀ ଅଜାନ କିମ୍ବା ହନୁମାନ ଚାଳିଶା ବଜାଇବା ପୂର୍ବରୁ ଲୋକଙ୍କୁ ଏନେଇ ଅନୁମତି ନେବାକୁ ପଡିବ । ସହରରେ ଶାନ୍ତି ତଥା ବ୍ୟବସ୍ଥାକୁ କାଏମ ରଖିବା ପାଇଁ ଏହି ବ୍ୟବସ୍ଥା ଜାରି କରାଯାଇଛି । ଦୀପକ ପାଣ୍ଡେ ଏହା ମଧ୍ୟ କହିଛନ୍ତିକି ଆସନ୍ତା ମେ ୩ ତାରିଖ ଅର୍ଥାତ ଇଦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ଗୁଡିକୁ ଲାଉଡ଼ସ୍ପିକର ବଜାଇବା ନେଇ ଅନୁମତି ନେବାକୁ ହେବ । ଯଦି ମେ ୩ ତାରିଖ ପରେ କେହି ନିୟମ ଉଲ୍ଲଙ୍ଘନ କରୁଥିବା ନେଇ ଦୃଷ୍ଟିକୁ ଆସନ୍ତି ତେବେ ତାଙ୍କ ଉପରେ କଡା ପଦକ୍ଷେପ ନିଆଯିବ ।
କହିରଖିବା ଉଚିତ ହେବକି, କିଛି ଦିନ ହେବ ମହାରାଷ୍ଟ୍ରରେ ଲାଉଡ଼ସ୍ପିକରକୁ ନେଇ ରାଜନୀତି ବେଶ ସରଗରମ ଅଛି । ସର୍ବ ପ୍ରଥମେ ଏମଏନଏସ ପ୍ରମୁଖ ରାଜ ଠାକରେଙ୍କ କହିବା ଅନୁଯାୟୀ ମେ ୩ ତାରିଖ ସୁଦ୍ଧା ମସଜିଦରେ ଲାଗିଥିବା ଲାଉଡ଼ ସ୍ପିକର ଗୁଡିକୁ ହଟାଇ ଦେବା ଉଚିତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top