ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନାଗରକି ସୁରକ୍ଷିତ ନେଇ ତାଲିବାନ ଯେଉ ଡେଙ୍ଗୁରା ପିଟୁଛି, ତାହା ଭୁଲ ବୋଲି କହିଛନ୍ତି ଆଫଗାନ ମହିଳା । ପୁରୁଣା ତାଲିବାନର ସେହି ଆଚରଣ ରହିଛି ବୋଲି ମହିଳାମାନେ କହିଛନ୍ତି । ତାଲିବାନର ସେହି ନୃଶଂସ ଲକ୍ଷଣ ଆଜି ମଧ୍ୟ ରହିଛି । ମହିଳା ମାନଙ୍କୁ ହତ୍ୟା କରିବା, ସେମାନଙ୍କ ଆଖିକୁ ତାଡ଼ି ନେଇଯିବା ଓ ଶବକୁ କୁକୁରଙ୍କୁ ଖାଇବାକୁ ଦେବା ଭଳି ଆଚରଣ ଆଜି ମଧ୍ୟ ରହିଥିବା ନେଇ ଆଫଗାନ ମହିଳା କୁହନ୍ତି ।
ତେବେ ୩୩ ବର୍ଷୀୟ ଆଫଗାନ ମହିଳା ଖଟେରା କୁହନ୍ତି ତାଲିବାନଙ୍କ କ୍ରୁର ଅତ୍ୟାଚାର ସମ୍ମୁଖିନ ହୋଇଥିଲେ ସେ । ତାଙ୍କୁ ତାଲିବାନ ମାନେ ଛୁରାରେ ଏକାଧିକ ବାର ମାଡ଼ ମାରିଥିଲେ। ସମ୍ପୂର୍ଣ୍ଣ ଶରୀରକୁ ଲହୁଲୁହାଣ କରିଦେଇଥିଲେ । କେବଳ ଏତିକି ନୁହେଁ, ତାଙ୍କର ଆଖିକୁ ମଧ୍ୟ ତାଲିବାନ ମାନେ ତାଡ଼ି ନେଇଥିଲେ । ତେବେ ସୌଭାଗ୍ୟ କ୍ରମେ ତାଲିବାନଙ୍କ ନିକଟରୁ ଖସି ଆସିଥିଲେ ସେ । ଦୁଇ ମାସର ଗର୍ଭବତୀ ଥିବା ସମୟରେ ସେ ଏଭଳି ଅତ୍ୟାଚାରକୁ ସମ୍ମୁଖିନ କରିଥିଲେ ବୋଲି ସେ କୁହନ୍ତି ।
ସେ ଆହୁରି ମଧ୍ୟ କୁହନ୍ତି କି ତାଲିବାନିଙ୍କ କବଳରୁ ଖସି ଆସିବା ପରେ ସେ କୌଣସି କ୍ରମେ ଦିଲ୍ଲୀରେ ପହଞ୍ଚନ୍ତି, ନିଜର ଆଖିର ଚିକିତ୍ସା ନିମନ୍ତେ । ଅଫିସରୁ କାମ ସାରି ଘରକୁ ଫେରୁଥିବା ସମୟରେ ତାଲିବାନୀଙ୍କ ଅତ୍ୟାଚାରର ଶୀକାର ହୋଇଥିଲେ ବୋଲି ଖଟେରା କୁହନ୍ତି । ଖଟେରା କୁହନ୍ତି, ତାଲିବାନୀଙ୍କ ନଜରରେ ମହିଳାମାନେ ମଣିଷ ନୁହନ୍ତି । ମହିଳାମାନଙ୍କ ଅଳିଆ ଗଦାର ଅଂଶବିଶେଷ ଭଳି ଦେଖିଥାନ୍ତି ତାଲିବାନୀ । ଅନ୍ୟମାନଙ୍କୁ ଦେଖାଇବା ପାଇଁ ଖୁଣ୍ଟରେ ଟାଙ୍ଗି ମହିଳାମାନଙ୍କୁ ଅତ୍ୟାଚାର ଦେଇଥାନ୍ତି । ମହିଳାଙ୍କ ମୃତ୍ୟୁ ହୋଇଗଲେ ତାଙ୍କୁ କୁକୁରଙ୍କୁ ଖାଇବାକୁ ଦେଇ ଦେଇଥାନ୍ତି ବୋଲି ଖଟେରା କହିଛନ୍ତି ।
ସେ ଆହୁରି ମଧ୍ୟ କୁହନ୍ତି ତାଲିବାନ ଅଧିନରେ ରହିବା ଜଣେ ମହିଳା ପକ୍ଷେ କଳ୍ପନା କରିବା ମଧ୍ୟ କଷ୍ଟକର । ମହିଳା, ଶିଶୁ, ଛୋଟ ଛୁଆ ଓ ଅଳ୍ପସଂଖ୍ୟକ ପ୍ରତି ନର୍କରେ ବସବାସ କରିବା ସହିତ ସମାନ । ସେ ଆହୁରି ମଧ୍ୟ କୁହନ୍ତି କି ତାଙ୍କ ବାପା ତାଲିବାନ ବିରୋଧରେ ଲଢେଇ ଜାରି ରଖିଥିଲେ । ଫଳରେ ତାଙ୍କୁ ଟାର୍ଗେଟ କରିଥିଲେ । ଦିଲ୍ଲୀରେ ସେ ତାଙ୍କ ସ୍ବାମୀ ଓ ପିଲା ସହିତ ନିଜର ଚିକିତ୍ସା ଜାରି ରଖିଛନ୍ତି । ସେଠାରେ ତାଲିବାନି ମହିଳାଙ୍କୁ ପୁରୁଷ ଡାକ୍ତରଙ୍କ ନିକଟକୁ ଯିବାକୁ ଅନୁମତି ଦିଆଯାଇନଥାଏ । ସେହିପରି ପଢିବାକୁ ମଧ୍ୟ ଅନୁମତି ମିଳିନଥାଏ ବୋଲି ସେ କୁହନ୍ତି ।
ସେ ଆହୁରି ମଧ୍ୟ କୁହନ୍ତି କି ଦେଶର ଯୁବକମାନେ, ଛାତ୍ରଛାତ୍ରୀ, ଝିଅ ମାନେ ନିଜର ଶିକ୍ଷା, ନିଜର ଲକ୍ଷ୍ୟକୁ ପୁରଣ କରିବା ପାଇଁ ଏହି ୨୦ ବର୍ଷ ସମୟ ପାଇଥିଲେ । ମାତ୍ର ଆଜି ମହିଳାମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରକୁ ନିଆଁରେ ପୋଡ଼ି ଦେଉଛନ୍ତି । ମୋର ସମ୍ପର୍କୀୟମାନେ ମଧ୍ୟ ସେମାନଙ୍କର ଯୋଗ୍ୟତା ପ୍ରମାଣ ପତ୍ରକୁ ପୋଡ଼ି ଦେଉଛନ୍ତି । କାରଣ ତାଲିବାନୀସେନାଙ୍କୁ ମହିଳାଙ୍କର ଶିକ୍ଷାଗତ ଯୋଗ୍ୟତାର ଯେପରି ପ୍ରମାଣ ନ ମିଳେ ବୋଲି ସେ କହିଛନ୍ତି ।


