Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଫଗାନିସ୍ତାନର ପ୍ରଥମ ମହିଳା ଗଭର୍ଣ୍ଣରକୁ ଗିରଫ କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନିଜର ଦବଦବା ଜାହିର କରିବା ପରେ ସରକାର ଗଠନ ପ୍ରୟାସରେ ଥିବା ତାଲିବାନ ଏବେ ତାର ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ପ୍ରଥମ ମହିଳା ମେୟର ସଲୀମା ମଜାରୀଙ୍କୁ ଗିରଫ କରିନେଇଛି ତାଲିବାନୀ ସେନା । ସଲୀମା ନିଜର ସେନା ଗଠନ କରି ଆରମ୍ଭରୁ ତାଲିବାନୀଙ୍କୁ ବିରୋଧ କରିବା ସହିତ ସେମାନଙ୍କ ସହିତ ଯୁଦ୍ଧ ଚଳାଇ ଆସୁଛନ୍ତି।

ସୂଚନାଯୋଗ୍ୟ ତାଲିବାନ ଦେଶରେ ନିଜର ଆଧିପତ୍ୟ ବିସ୍ତାର ଆରମ୍ଭ କରିବା ଠାରୁ ହିଁ ସଲୀମା ସେମାନଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଶେଷ ସମୟ ପର‌୍ୟ୍ୟନ୍ତ ସଲୀମା ତାଲିବାନଙ୍କ ବିରୋଧରେ ଦୃଢ ଭାବେ ଛିଡ଼ା ହେବା ସହିତ ବନ୍ଧୁକ ଉଠାଇଥିଲେ । ଯେଉଁ ସମୟରେ ଆଫଗାନିସ୍ତାନର ଅନ୍ୟ ନେତା ଦେଶ ଛାଡି ଅନ୍ୟ ଦେଶକୁ ପଳାୟନ କରିଥିଲେ ସେହି ସମୟରେ ସଲୀମା ଏକା ହିଁ ନିଜର ସମର୍ଥକଙ୍କ ସହିତ ତାଲିବାନ ବିପକ୍ଷରେ ଛିଡ଼ା ହୋଇ ଦୃଢ ବିରୋଧ କରିଥିଲେ । ତେବେ ଆଫଗାନିସ୍ତାନର ବଲଖ ପ୍ରଦେଶ ତାଲିବାନଙ୍କ ଅଧିନକୁ ଆସିବା ପରେ ହିଁ ସଲୀମାଙ୍କୁ ଗିରଫ କରିଥିଲା ତାଲିବାନ ସେନା ।

ଏଠାରେ ଆମେ କହି ରଖୁ କି ଆଫଗାନିସ୍ତାନରେ ମୋଟ ୩ ଜଣ ମହିଳା ହିଁ ମେୟର ଭାବେ ନିଯୁକ୍ତି ପାଇଥିଲେ । ସେମାନଙ୍କ ମଧ୍ୟରେ ସଲୀମା ପ୍ରଥମ ମହିଳା ମେୟର ରହିଥିଲେ । ଚାହରରେ ମୋଟ ୩୨ ହଜାରରୁ ଅଧିକ ଲୋକ ସଂଖ୍ୟା ଅଟେ । ଅନ୍ତିମ ସମୟ ପର‌୍ୟ୍ୟନ୍ତ ଯୁଦ୍ଧ କରି ତାଲିବାନ ହାତରେ ଧରାପଡ଼ି ଗିରଫ ହୋଇଥିଲେ ସଲୀମା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top