ଭୁବନେଶ୍ୱର (ଓଡ଼ିଶା ୱେୟାର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ୟ୍ୟାୟରେ ପୁଣି ବିଶୃଙ୍ଖଳା । ଧାମନଗର ବ୍ଲକରେରେ ପୁଣି ନିର୍ବାଚନୀ ବିଶୃଙ୍ଖଳା କଟ ସାହି ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡର ଭୋଟ ରିଗିଂ ନେଇ ବୁଥରେ ଉତ୍ତେଜନା ଲାଗି ରହିଥିଲା ଏହି ବୁଥର ପୁଲିଂ ଏଜେଣ୍ଟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗଣ୍ଡଗୋଳ ପରିସ୍ଥିତି ଭିତରେ ବାଲାଟ ପେପର ନେଇ କିଛି ଦୁର୍ବୃତ୍ତ ପଳାଇଥିବା ଅଭିଯୋଗ ହୋଇଛି । ବିଶୃଙ୍ଖଳା ଘଟାଇଥିବା କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।
ସେହିପରି କଟକ ଜିଲ୍ଲା ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତ ୮ ନମ୍ବର ବୁଥରେ ମତଦାନ ବନ୍ଦ ଜବରଦସ୍ତ ମତଦାନ ଅଭିଯୋଗ ପରେ ମତଦାନ ବନ୍ଦ ରହିଛି। ଏହା ସହ ନିଆଳି ପୋଖରୀ ଗାଁ ୧୯ ନମ୍ବର ବୁଥର ଭୋଟ ବାକ୍ସ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ଏଥିପାଇଁ ଅଧାରୁ ଅଟକି ରହିଛି ମତଦାନ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଖରୀ ଗାଁରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି ।


