Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତାଲିବାନିଙ୍କୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ ସମାଲୋଚିତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଶାଫିକୁର ରହମାନ ଏବଂ ଏଆଇଏମପିଏଲବି ମୁଖପାତ୍ର କେ ସାଜଜାଦ ନୋମାନିଙ୍କ ପରେ ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ ମୌଲାନା ମାସୁଦ ମଦାନୀ ମଧ୍ୟ ତାଲିବାନ ସମର୍ଥନରେ ନିଜର ପକ୍ଷ ରଖିଛନ୍ତି। ତାଲିବାନୀ ଆତଙ୍କବାଦୀଙ୍କୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ଏଥର ତାଲିବାନ ବଦଳିଛି। ତାଲିବାନର ବିଚାରଧାରା ଓ ରୁକ୍ଷ ଆଚରଣରେ ପରିବର୍ତ୍ତନ ଆସିଛି । ଭାରତ ସରକାର ସେମାନଙ୍କୁ କଥା ହେବା ଏବଂ ସ୍ୱୀକୃତି ଦେବା ଉଚିତ୍। ଆଫଗାନିସ୍ତାନର ଅବନତି ଘଟୁଥିବା ଅବସ୍ଥାକୁ ଅଣଦେଖା କରି ସେ କହିଛନ୍ତି ଯେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତ ହେବା ଭଳି ପରିବେଶ ନାହିଁ। କାବୁଲ ବିମାନବନ୍ଦରର ଅବସ୍ଥା ପାଇଁ ଆମେରିକା ଦାୟୀ। ସେ କହିଛନ୍ତି ଯେ କାବୁଲ ବିମାନବନ୍ଦର ଏବେବି ଆମେରିକାର ନିୟନ୍ତ୍ରଣରେ ରହିଛି।

ସୋସିଆଲ ମିଡ଼ିଆରେ କାବୁଲ ଏୟାରପୋର୍ଟ ଓ ବିମାନର ଯେଉଁ ଚିତ୍ର ଘୁରି ବୁଲୁଥିଲା ତାହା ଉପରେ ମୌଲାନା ମାସୁଦ କହିଛନ୍ତି ଯେ ତାହା ସୁରକ୍ଷା କଥା। ସେ କହିଛନ୍ତି ଯେ ବିରୋଧୀମାନେ ଏହି ପ୍ରସଙ୍ଗକୁ ବଢାଇବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ଏହିପରି କିଛି ନାହିଁ, ତାହାକୁ ମୁଦ୍ଦା କରି ତାଲିବାନ ବିପକ୍ଷରେ ମତ ପ୍ରକାଶ କରୁଛନ୍ତି ଜ୍ଝ ପୂର୍ବତନ ମନ୍ତ୍ରୀ ଏପରିକି କହିଥିଲେ ଯେ କାବୁଲ ବିମାନ ବନ୍ଦରର ସୁରକ୍ଷା ହେଉଛି ଆମେରିକାର ଦାୟିତ୍ୱ। ତାଲିବାନ ତାଙ୍କୁ ସୁରକ୍ଷା ଦେବ ନାହିଁ।

ପୂର୍ବତନ ମନ୍ତ୍ରୀ ମୌଲାନା ମଦାନୀ କହିଛନ୍ତି ଯେ ବିମାନବନ୍ଦର ବ୍ୟତୀତ ଆଫଗାନିସ୍ତାନର କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ନଜର ଆସିନାହିଁ। ଆମେରିକାର ଜାହାଜରେ ବୁଲୁଥିବା ଲୋକଙ୍କ ମୃତ୍ୟୁ ଘଟିଛି। ଏପରିକି ସେ କହିଛନ୍ତି ଯେ ଆମେରିକା ବିମାନ ବନ୍ଦରରେ ମଧ୍ୟ ଗୁଳି ଚଳାଇଛି। ତାଲିବାନକୁ ସମର୍ଥନ କରି ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ଗତଥର ମୁଲ୍ଲା ଓମାରର ତାଲିବାନ ସରକାର ବଳବତ୍ତର ଥିବାବେଳେ ସେହି ସମୟରେ ଶିରିୟା ଆଇନ ଲାଗୁ ହୋଇଥିଲା। ସେଥିପାଇଁ ସେଠାରେ ବହୁତ କଠୋରତା ଥିଲା, କିନ୍ତୁ ଏଥର ତାଲିବାନ ନିଜ ଭିତରେ ଅନେକ ପରିବର୍ତ୍ତନ କରିଛନ୍ତି ।

ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ତାଲିବାନ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କୁ କ୍ଷମା କରିଦେଇଛି, ଯେଉଁମାନେ ଆମେରିକା ସହିତ ହଜାର ହଜାର ଲୋକଙ୍କୁ ହତ୍ୟା କରିଥିଲେ। ତାଲିବାନ ଘୋଷଣା କରିଛି ଯେ ସେଠାରେ କାର‌୍ୟ୍ୟ କରୁଥିବା ସମସ୍ତ ମହିଳା ହିଜାବ ସହିତ କାମ ଜାରି ରଖିବେ। ସେମାନଙ୍କ ସହିତ ସେମାନଙ୍କର କୌଣସି ଅସୁବିଧା ନାହିଁ। ସେମାନେ କହିଛନ୍ତି ଯେ ଚାଲିଯାଇଥିବା ଗଣମାଧ୍ୟମରେ କାର‌୍ୟ୍ୟ କରୁଥିବା ମହିଳାମାନଙ୍କୁ ମଧ୍ୟ ଡକାଯାଇଛି। ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତି ବଦଳି ଯାଇଛି। ସେଥିପାଇଁ ଭାରତ ସରକାର ତାଲିବାନ ସହ କଥା ହେବା ସହ ସେମାନଙ୍କୁ ମାନ୍ୟତା ଦେବା ଉଚିତ୍।

Click to comment

Leave a Reply

Your email address will not be published. Required fields are marked *

Most Popular

To Top