ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗରୁ କୋର୍ଟ ତାଙ୍କୁ ଦୋଷରୁ ମୁକ୍ତ କରିଛି। ରାଉଜ ଆଭେନ୍ୟୁ କୋର୍ଟ ଶଶି ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରି ଦେଇଛନ୍ତି। ପୋଲିସ ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସୁକାଇବା) ଏବଂ ଧାରା ୪୯୮ (କ୍ରୁରତା) ଉପରେ ଅଭିଯୋଗ କରିଥିଲା।
ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ୧୭ ଜାନୁୟାରୀ, ୨୦୧୪ ରାତିରେ ସୁନନ୍ଦା ପୁଷ୍କରଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁ ପରେ ଶଶି ଥରୁରଙ୍କ ବିରୋଧରେ ମାନସିକ ନିର୍ୟାତନା ତଥା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଶଶି ଥରୁର ମୁଖ୍ୟ ଅଭିଯୁକ୍ତ ଥିଲେ ଏବଂ ଦିଲ୍ଲୀ ପୋଲିସ ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ, ୨୯ ସେପ୍ଟେମ୍ବର ୨୦୧୪ରେ, AIIMS ମେଡିକାଲ କର୍ତ୍ତୃପକ୍ଷ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟକୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ସୁନନ୍ଦାଙ୍କ ବିଷକ୍ରିୟା କାରଣରୁ ମୃତ୍ୟୁ ହୋଇଛି। ବୋର୍ଡ କହିଛି ଯେ ଏପରି ଅନେକ ରସାୟନିକ ପଦାର୍ଥ ଅଛି, ଯାହା ପେଟରେ ପ୍ରବେଶ ଓ ରକ୍ତରେ ମିଶିବା ପରେ କରିବା ପରେ ଶରୀରରେ ବିଷକ୍ରିୟା ହୋଇଯାଏ। ତେବେ ଏହି ମୃତ୍ୟୁ ମାମଲାରେ ପାକିସ୍ତାନୀ ସାମ୍ବାଦିକଙ୍କ ନାମ ମଧ୍ୟ ଆସିଥିଲା
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ପାକିସ୍ତାନୀ ସାମ୍ବାଦିକ ମେହେର ତରାର ନାମ ମଧ୍ୟ ପ୍ରକାଶ ପାଇଛି। ଏଠାରେ କହି ରଖୁଛୁ ଯେ ୨୦୧୪ରେ ନିଜେ ସୁନନ୍ଦା ସାମ୍ବାଦିକ ମେହେର ତରାରଙ୍କୁ ଶଶି ଥରୁରଙ୍କୁ ଏକ ପ୍ରେମ ଜାଲରେ ଜଡିତ କରିଥିବା ଅଭିଯୋଗ କରିଥିଲେ ଏବଂ ଉଭୟଙ୍କ ଅନେକ ବ୍ୟକ୍ତିଗତ ଟ୍ୱିଟ୍ କରିଥିଲେ। ଏହା ପରେ ନିଜେ ଟ୍ୱିଟରରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।


