Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚୀନ ସହିତ ବିବାଦ ମଧ୍ୟରେ ଭାରତୀୟ ସେନାର କଡ଼ା ରଣନୀତି

ନୂଆଦିଲ୍ଲୀ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଖଇଉ) ନିକଟରେ ଚୀନ୍ ସହିତ ବିବାଦ ମଧ୍ୟରେ ଭାରତୀୟ ସେନା ଘାଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ ଜାରି ରଖିଛି। ଏହି ପୂର୍ବ ଲଦାଖରେ ଟ୍ୟାଙ୍କ ରେଜିମେଣ୍ଟ ନିୟୋଜିତ ହେବାର ଗୋଟିଏ ବର୍ଷ ପରେ ଭାରତୀୟ ସେନା ଏହି ଅଞ୍ଚଳରେ ଟ୍ୟାଙ୍କର ବ୍ୟବହାରରେ ଅଧିକ ଅଭ୍ୟସ୍ତ ହୋଇଯାଇଛି। ଗତ ବର୍ଷ ଅପରେସନ୍ ସ୍ନୋ ଲିଓପାଡ଼ ଅଧୀନରେ ଚୀନ୍ ସେନାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନା ଗତ ବର୍ଷ ଟି-୯୦ ଭୀଷ୍ମ ଏବଂ ଟି-୭୨ ଅଜୟ ଟ୍ୟାଙ୍କ ସମେତ ବହୁ ସଂଖ୍ୟକ ଟ୍ୟାଙ୍କ ନିୟୋଜିତ କରିଥିଲା।
ଏକ ବର୍ଷରୁ ଅଧିକ ସମୟ ପାଇଁ, ୧୪ ଫୁଟରୁ ୧୭ ହଜାର ଫୁଟ ପର‌୍ୟ୍ୟନ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ସେନା ନିଜର ପ୍ରସ୍ତୁତିକୁ ଆହୁରି ଦୃଢ କରିପାରିଛି ଜ୍ଝ ଜଣେ ସେନା ଅଧିକାରୀ କହିଛନ୍ତି, ଆମେ ପୂର୍ବ ଲଦାଖର ଏହି ଉଚ୍ଚ ଉଚ୍ଚତା ଅଞ୍ଚଳରେ ବିଯୁକ୍ତ ୪୫ ଡିଗ୍ରୀ ସେଲସିୟସ୍ ଅତିବାହିତ କରିଛୁ। ଏହି ତାପମାତ୍ରାରେ ଏବଂ କଠିନ ଅଞ୍ଚଳରେ ଟ୍ୟାଙ୍କ ଚଳାଇବା ପାଇଁ ଆମେ ଆମର ମାନକ ପ୍ରଣାଳୀ (SOP) ବିକଶିତ କରିଛୁ ବୋଲି ସେ ସୂଚନା ଦେଇଛନ୍ତି ।
ପାଙ୍ଗୋଙ୍ଗ ହ୍ରଦ ଓ ଗୋଗର ଅଞ୍ଚଳ ସହିତ କିଛି ଅଞ୍ଚଳରେ ବିବାଦ ଓ ଅଶାନ୍ତ ପରିସ୍ଥିତି ସତ୍ତ୍ବେ ଉଭୟ ଦେଶରେ ଏଲଏସି ନିକଟରେ ଉଭୟ ଦେଶ ସୀମାରେ ସେନା ମୁତୟନ କରିଛନ୍ତି । ଭାରତୀୟ ସେନା ପ୍ରତିଟି ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ବୋଲି ସେନାଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ଭାରତୀୟ ସେନା ସୀମାରେ ଟ୍ୟାଙ୍କ ଓ ଅପରେସନକୁ ମଜବୁତ କରିବାରେ ଲାଗିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଭାରତୀୟ ସେନା ଦ୍ବାରା ଘାଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ ଜାରି ରହିଛି । ଯୁଦ୍ଧାଭ୍ୟାସ ଜାରି ରହିଥିବା ସ୍ଥାନ ଚୀନ ସୀମାଠାରୁ ମାତ୍ର ୪୦ କିଲୋମିଟର ଦୂର ବୋଲି ଜଣାପଡ଼ିଛି । ଭାରତୀୟ ସେନା ଟ୍ୟାଙ୍କ ଅପରେସନକୁ ଆହୁରି ମଝବୁତ କରିଛି । ଏହି ଅପରେସନ ପାଇଁ ଗତବର୍ଷ ଠାରୁ ରଣନୀତିକୁ କଡ଼ାକଡ଼ି କରିଛି ।ସେନା ଅଧିକାରୀମାନେ କହିଛନ୍ତି କି ଅତ୍ୟଧିକ ଥଣ୍ଡା ମଧ୍ୟରେ ଟ୍ୟାଙ୍କ ଗୁଡ଼ିକର ଯତ୍ନ ନିଆଯିବାର ବ୍ୟବସ୍ଥା କରାଯାଇଛି । କାରଣ ପ୍ରବଳ ଥଣ୍ଡା କାରଣରୁ ଏହାର ରବର ଓ ଅନ୍ୟ ପାର୍ଟସ ଉପରେ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top