Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓବିସି ବିଲକୁ ରାଷ୍ଟ୍ରପତିଙ୍କ ସବୁଜ ସଂକେତ

ନୂଆଦିଲ୍ଲୀ: ଓବିସି ସଂଶୋଧନ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସବୁଜ ସଂକେତ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ବିଲ ବର୍ତ୍ତମାନ ଆଇନରେ ପରିଣତ ହୋଇଛି । ମୌସୂମି ଅଧିବେଶନରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ଆସିଥିଲା । ତେବେ ଏହି ବିଲକୁ ସମସ୍ତେ ସମର୍ଥନ ଜଣାଇଥିଲେ । ତେବେ ଏହି ବିନ ଆଇନରେ ପରିଣତ ହେବା ପରେ ରାଜ୍ୟ ଗୁଡ଼ିକ ନିଜେ ଓବିସି ଲିଷ୍ଟ ପ୍ରସ୍ତୁତ କରିପାରିବେ ।

ସୂଚନାଯୋଗ୍ୟ ରାଜ୍ୟସଭାରେ ବିଲ ସପକ୍ଷରେ ୧୮୭ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଲୋକସଭାରେ ଏହା ଗତ ୧୦ ତାରିଖ ପାରିତ ହୋଇଥିଲା । ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରୀ ବିରେନ୍ଦ୍ର କୁମାର ଏହି ବିଲକୁ ବିଚାର ଓ ପାରିତ କରିବା ଉଦ୍ଦେଶ୍ୟରେ କହିଥିଲେ କି ଏହି ସଂଶୋଧନ ବିଧେୟକ ଏକ ଐତିହାସିକ କାନୁନରେ ପରିଣତ ହେବାକୁ ଯାଉଛି । କାରଣ ଏହି ଆଇନ ଆସିବା ପରେ ଦେଶରେ ଥିବା ୬୭୧ ଜନଜାତି ଲାଭ ପାଇବେ । ସେ ଆହୁରି ମଧ୍ୟ କହିଥିଲେ କି ଏହି ସଂଶୋଧନ ବିଲ ରାଜ୍ୟ ଗୁଡ଼ିକୁ ନିଜର ଓବିସି ସୂଚୀ ପ୍ରସ୍ତୁତ କରିବାର ଅଧିକାର ପାଇଁ ଅଣାଯାଇଛି । ତେବେ ଲୋକସଭାରେ ବିଲ ସପକ୍ଷରେ ୩୮୫ ଖଣ୍ଡ ଭୋଟ ପଡ଼ିଥିବା ଜଣାପଡ଼ିଛି ।

ସେପଟେ ଏହି ବିଲ ପାସ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ସମ୍ବିଧାନ ସଂଶୋଧନ ବିଧେୟକ ଉଭୟ ସଦନରେ ପାରିତ ହେବା ଆମ ଦେଶ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ସମୟ । ଏହି ଆଇନ ବା ବିଧେୟକ ସାମାଜିକ ସଶକ୍ତିକରଣକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top