Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଜିଠାରୁ ଚାଲିବ OSRTC ବସ୍‌

ଭୁବନେଶ୍ୱର, (ଓଡ଼ିଶା ୱେୟାର):
କରୋନା ଯୋଗୁ ପ୍ରାୟ ୨ ମାସ ହେବ ଠପ୍ ହୋଇଯାଇଥିବା ବସ୍ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି। ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବା ବେଳେ ଆଜିଠୁ ଏହି ସବୁ ଜିଲ୍ଲାରେ ଗଡ଼ିବ OSRTC ବସ୍।
କାଟାଗୋରୀ–Aରେ ଥିବା ଜିଲ୍ଲାରେ ଆଜିଠୁ ୪୩ଟି ରୁଟ୍‌ରେ ଗଡିବ OSRTC ବସ୍ । ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବ । ଏହି ସବୁ ଜିଲ୍ଲାରେ କେବଳ ବସିବା କ୍ଷମତା ସହ ଚାଲିବ ବସ୍ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଯାତ୍ରା କରିବା ସମୟରେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି ।
ଏହି ସବୁ ରୁଟ୍ ମଧ୍ୟରେ ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର, ବଲାଙ୍ଗିର-ବ୍ରହ୍ମପୁର, ଜୟପୁର-ଫୁଲବାଣୀ, ଜୟପୁର-ଗୁଣପୁର, ଭବାନୀପାଟଣା-ମୋଟୁ, କେନ୍ଦୁଝର-ବଲାଙ୍ଗିର ରୁଟ୍ ଆଦି ରହିଛି।
ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ କ୍ୟାଟେଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ପରେ ରାଜ୍ୟ ସରକାର ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏ ଯାଏ ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top