Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶେଷ ପର୍ଯ୍ୟାୟରେ ଆମେରିକାର ଉଦ୍ଧାର କାର୍ଯ୍ୟ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିଗତ ଏକ ସପ୍ତାହ ଧରି ଆତଙ୍କ ଜାରି ରହିଛି । ଆତ୍ମଘାତି ବିସ୍ଫୋରଣ ପରେ ଆମେରିକା କଡ଼ା ପଦକ୍ଷେପ ଗ୍ରହଣ କରିଛି । ଆଇଏସଆଇଏସର ମୁଖ୍ୟଙ୍କୁ ରକେଟ ମାଡ଼ କରି ହତ୍ୟା କରିଥିବା ନେଇ ଆମେରିକା ପକ୍ଷରୁ ଦାବି କରାଯାଇଛି । ତେବେ ଏହାରି ମଧ୍ୟରେ ଆମେରୀକିୟ ନାଗରିକମାନଙ୍କୁ ଆମେରିକା ଚଳାଇଥିବା ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଆଫଗାନିସ୍ତାନରେ ସ୍ଥିତି ବେଶ ସଂଗୀନ ରହିଛି । କାବୁଲରେ ରବିବାର ପୁଣି ଥରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା । ଆମେରିକା ସେନା କାବୁଲ ବିମାନବନ୍ଦରର ଉତ୍ତର-ପଶ୍ଚିମ ଭାଗରେ ରକେଟ ମାଡ଼ କରିଥିବା ନେଇ ଜଣାପଡ଼ିଛି । ଏଥିରେ ଜଣେ ଆତ୍ମଘାତୀକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ରହିଛି । ଆମେରିକା ନିଜ ସେନା ଓ ନାଗରିକଙ୍କୁ ୩୧ ଅଗଷ୍ଟ ସୁଦ୍ଧା ଉଦ୍ଧାର କରିବା ପରେ ଦେଶ ଛାଡ଼ିବ ବୋଲି ସୂଚନା ରହିଛି । ତେବେ ଏକ ରକେଟ ଭର୍ତ୍ତି ଏକ କାର ଜବତ ହୋଇଥିବା ସୂଚନା ରହିଛି।

ଆଫଗାନିସ୍ତାରେ ଆହୁରି ୩୦୦ ନାଗରିକଙ୍କୁ ଆଜି ରାତି ସୁଦ୍ଧା ଉଦ୍ଧାର କରାଯିବା ନେଇ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଜୋ ବିଡେନ ସରକାରର ଶୀର୍ଷ ନେତୃତ୍ବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଫଗାନିସ୍ତାରେ ଆହୁରି ୩୦୦ ଆମେରିକୀୟ ନାଗରିକ ରହିଛନ୍ତି । ତାଙ୍କୁ ଆଜି ରାତି ସୁଦ୍ଧା ଦେଶକୁ ଫେରାଇ ଅଣାଯିବ । ଏହା ସହିତ ଉଦ୍ଧାର ଅଭିଯାନକୁ ଶେଷ କରାଯିବ । ଧାର୍ଯ୍ୟ ସମୟ ପୂର୍ବରୁ ଏହା ଶେଷ ହେବ । ବିଡେନଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିଓ୍ୱନ କହିଛନ୍ତି ସେନା ଓ ନାଗରିକ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାରେ ଆମେରିକା ଦୂତାବାସକୁ ବନ୍ଦ କରି ଦିଆଯିବ ।

ସେହିପରି ଆମେରିକା ଓ ଅନ୍ୟ କିଛି ପ୍ରମୁଖ ୟୁରୋପିୟ ରାଷ୍ଟ୍ର ସହିତ ୯୦ରୁ ଅଧିକ ରାଷ୍ଟ୍ର ବିଦେଶୀ ଓ ଆଫଗାନୀ ନାଗରିକଙ୍କୁ ଉଦ୍ଧାର କରିବା ସଂକ୍ରାନ୍ତରେ ଏକ ମିଳିତ ବୟାନ ଜାରି କରିଛନ୍ତି । ଏହି ରାଷ୍ଟ୍ରମାନେ କହିଛନ୍ତି କି ତାଲିବାନ ପକ୍ଷରୁ ଆଶ୍ବାସନା ଦିଆଯାଇଛି କି ସମସ୍ତ ବିଦେଶୀ ନାଗରିକ ଓ ଆଫଗାନୀ ନାଗରିକ (ଯେଉଁମାନେ ଦେଶ ଛାଡିବାକୁ ଇଚ୍ଛା ପ୍ରକାଶ କରିବେ)ଙ୍କୁ ବିଦେଶ ଯିବା ପାଇଁ ସମସ୍ତ ଅନୁମତି ପ୍ରଦାନ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ତାଲିବାନ ପ୍ରତିଶୃତି ଦେଇଛି ।

ସେପଟେ ଶିରୋମଣି ଅକାଳି ଦଳର ପ୍ରବକ୍ତା ଓ ଦିଲ୍ଲୀ ଶିଖ ଗୁରୁଦ୍ବାରା ପ୍ରବନ୍ଧନ ସମିତିର ଅଧ୍ୟକ୍ଷ ମନଜିନ୍ଦର ସିଂ ସିର୍ସା କହିଛନ୍ତି କି କାବୁଲରେ ଥିବା ଗୁରୁଦ୍ବାରେ ଶରଣ ନେଇଥିବା ଲୋକମାନେ ସେଠାରୁ ଚାଲିଯାଇଛନ୍ତି । ଦୁଇଟି ପରିବାରର ୮ ଜଣ ଲୋକ ଗଜନୀ ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ୬୦ ଜଣ ଲୋକ ଜଲାଲାବାଦ ଯାଇଛନ୍ତି । ଦୁଇଟି ପରିବାର ଏବେ ବି ଗୁରୁଦ୍ବାରରେ ଶରଣ ନେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଗତକାଲି ତାଲିବାନୀ କମାଣ୍ଡର୍ସ ଆମକୁ ଦେଖା କରିବାକୁ ଆସିଥିଲେ । ସେଠାରେ ରହୁଥିବା ପରିବାରର ଉକ୍ତ କମାଣ୍ଡର୍ସଙ୍କୁ ଅନୁରୋଧ କରିଥିଲେ କି ସେମାନେ ଭାରତ ଯାଇ ତେଗ ବାହାଦୁର ସାହିବ ଜୀଙ୍କ ୪୦୦ ପ୍ରକାଶ ପର୍ବରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ । ତେବେ ତାଙ୍କର ଏହି ଇଚ୍ଛାକୁ ହାଇ କମାଣ୍ଡର୍ସଙ୍କ ନିକଟରେ ପହଞ୍ଚାଇବା ସହିତ ସକରତ୍ମାତ ବାର୍ତ୍ତା ଆଣିବାକୁ କମାଣ୍ଡର୍ସ ମାନେ ଭରସା ଦେଇଛନ୍ତି ବୋଲି ମନଜିନ୍ଦର ସିଂ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top