Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅମରୁଲ୍ଲା ସାଲେହଙ୍କ ଟ୍ଵିଟ୍‌ ଦେଖି ଡରିଗଲା ତାଲିବାନ, ପଞ୍ଜଶୀରରେ ବ୍ଲକ୍‌ କଲା ଇଣ୍ଟରନେଟ୍‌

କାବୁଲ: ୨ ସପ୍ତାହ ହେଲାଣି ଆଫଗାନିସ୍ତାନରେ ତାଲିବାନ୍‌ ରାଜ୍‌ ଚଳାଇଛି। କିନ୍ତୁ ଏବେ ଯାଏଁ ସେମାନେ ସେଠାକାର ପଞ୍ଜଶୀରକୁ କବ୍‌ଜା କରିପାରୁନାହାନ୍ତି। ପଞ୍ଜଶୀର ଉପରେ ବିରକ୍ତ ହୋଇ ତାଲିବାନ ରବିବାର ସେଠାକାର ଇଣ୍ଟରନେଟ୍‌ ବନ୍ଦ କରି ଦେଇଛି।

କୁହାଯାଉଛି ଯେ ପଞ୍ଜଶୀରରେ ଥିବା ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନ୍‌ ବିରୋଧୀ ଟ୍ଵିଟ୍‌ କରୁଥିଲେ। ଏଥିରେ ରୋକ୍‌ ଲଗାଇବାକୁ ଅନ୍ୟ ଉପାୟ ନ ପାଇ ସେହି ଘାଟୀ ଅଞ୍ଚଳର ଇଣ୍ଟରନେଟ୍‌କୁ ତାଲିବାନ୍‌ ବନ୍ଦ କରିଦେଇଛି। ସାଲେହ ଲଗାତାର ଟ୍ଵିଟରରେ ସକ୍ରିୟ ଅଛନ୍ତି ଓ ପ୍ରାୟତଃ ତାଲିବାନ୍‌ ବିରୋଧୀ ଟ୍ଵିଟ୍‌ କରିଥାନ୍ତି। ଶନିବାର ଦିନ ସେ ଟ୍ଵିଟ୍‌ କରି ଲେଖିଥିଲେ- ‘ରେଜିଷ୍ଟାନ୍ସ’ ଅର୍ଥାତ୍‌ ପ୍ରତିରୋଧ।

ପଞ୍ଜଶୀର ଘାଟିରେ ସାଲେହଙ୍କ ସହ ଆଫଗାନୀ କମାଣ୍ଡର ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ ମଧ୍ୟ ଅଛନ୍ତି। ଉଭୟେ ତାଲିବାନ୍‌କୁ ତୀବ୍ର ବିରୋଧ କରୁଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ତାଲିବାନ ବିରୋଧୀ ମଧ୍ୟ ପଞ୍ଜଶୀରରେ ଜମା ହୋଇଛନ୍ତି। ପ୍ରକାଶ ଯେ ନିକଟରେ ତାଲିବାନ ଦାବି କରିଥିଲା ଯେ ସେମାନେ ପଞ୍ଜଶୀର ଘାଟିରେ ପଶିସାରିଛନ୍ତି। କିନ୍ତୁ ଅହମ୍ମଦ ଏହାକୁ ଖଣ୍ଡନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top