Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ଏବେବି ନିଅଣ୍ଟିଆ ବର୍ଷା

ଖୋର୍ଦ୍ଧା(ଓଡ଼ିଶା ଓ୍ବେୟାର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜ୍ୟରେ ଏବେବି ନିଅଣ୍ଟିଆ ବର୍ଷା ପରିସ୍ଥିତି ଲାଗି ରହିଛି। ସମଗ୍ର ରାଜ୍ୟରେ ୨ଦିନରେ ରେକର୍ଡ ପରିମାଣର ୧୫୬ମିମି ବର୍ଷା ରେକର୍ଡ କରାଯାଇଥିଲେ ମଧ୍ୟ ଚଳିତ ମୌସୁମୀରେ ଆଜିସୁଦ୍ଧା ୨୪ଟି ଜିଲ୍ଲାରେ ହାରାହାରି ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। କେବଳ କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ହାରାହାରି ବର୍ଷା ସ୍ଥିତି ସ୍ୱାଭାବିକ ବା ତା’ଠୁ ଅଧିକ ରହିଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତ ମୌସୁମୀରେ ଜୁନ,ଜୁଲାଇ ଓ ଅଗଷ୍ଟ ମାସରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ହୋଇନଥିଲା । ରାଜ୍ୟର ଅନେକ ଭାଗରେ ମରୁଡ଼ି ପରିସ୍ଥିତିର ଆଶଙ୍କା ଦେଖାଦେଇଥିଲା। ତେବେ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଗତ ୨ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ହାରାହାରି ୧୫୬ମିମି ବର୍ଷା ରେକର୍ଡ଼ କରାଯାଇଛି। ରାଜ୍ୟର କେତେକ ଭାଗରେ ଆଜି ବି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।
ଲଗାଣ ବର୍ଷା ଯୋଗୁ କ୍ଷୟକ୍ଷତିର ଆକଳନ କରାଯାଉଛି। ସେ ନିଜେ ଆଜି ୨୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି । ଭାଙ୍ଗିଥିବା ଘର, କୃଷି ଜମି ନଷ୍ଟ ଆଦିର ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଗତକାଲି ସୁଦ୍ଧା ୩ଜଣ ଓ ଆଜି ଆଉ ଜଣେ ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ଦୁଇଟି ଜିଲ୍ଲାରେ ମୋଟ ୨୧ଟି ଛେଳିଙ୍କ ମୃତ୍ୟୁ ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି ।
ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବର ମାସରେ ହାରାହାରି ୧୦୮.୨ମିମି ବର୍ଷା ହେବାର ଥିବାବେଳେ ୧୪ତାରିଖ ସୁଦ୍ଧା ୨୭୫.୫ ମିମି ବର୍ଷା ହୋଇସାରିଲାଣି । ଯାହାକି ୧୫୪.୬ ପ୍ରତିଶତ ଅଧିକ । ଚଳିତ ମୌସୁମୀରେ ଆଜିସୁଦ୍ଧା ରାଜ୍ୟରେ ମୋଟ ହାରାହାରି ୧୦୨୦.୬ମିମି ବର୍ଷା ହେବା ପରିବର୍ତ୍ତେ ୯୨୦.୩ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୯.୮ ପ୍ରତିଶତ କମ୍ । ମୟୂରଭଞ୍ଜ, ଭଦ୍ରକ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆଜିସୁଦ୍ଧା ହାରାହାରି ବର୍ଷା ତୁଳନାରେ ୧୯%ରୁ ୩୯% କମ୍ ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ୧୯ଟି ଜିଲ୍ଲାରେ ହାରାହାରି ବର୍ଷା ତୁଳନାରେ ୦ରୁ ୧୯ ପ୍ରତିଶତ କମ୍ ବର୍ଷା ହୋଇଛି । ଅନ୍ୟପକ୍ଷରେ ଚଳିତ ମୌସୁମୀରେ କଟକ ଜିଲ୍ଲାରେ ୨୯.୧%, ଜଗତସିଂହପୁରରେ ୨୮.୫%, ନୟାଗଡ଼ରେ ୨୩.୫%, ପୁରୀ ଜିଲ୍ଲାରେ ୨୨%, ଖୋର୍ଦ୍ଧା ଜିଲ୍ଲାରେ ୧୬.୨% ଓ ଗଞ୍ଜାମରେ ୮.୯% ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଚଳିତ ମୌସୁମୀରେ ଜୁନ୍ , ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ସାଧାରଣତଃ ୨୧୬.୫ମିମି ୩୩୯.୯ ମିମି ଓ ୩୫୬ମିମି ବର୍ଷା ହେବା ପରିବର୍ତ୍ତେ ଏହି ମାସଗୁଡ଼ିକରେ ଯଥାକ୍ରମେ ୧୮୦.୫ମିମି, ୨୬୭.୫ମିମି ଓ ୧୯୬.୯ ମିମି ବର୍ଷା ରେକର୍ଡ କରାଯାଇଛି ।
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୨ଟି ବ୍ଲକରେ ୩୦୦ମିମିରୁ ଅଧିକ, ୧୮ଟି ବ୍ଲକରେ ୨୦୦ମିମିରୁ ୩୦୦ମିମି, ୪୭ଟି ବ୍ଲକରେ ୧୦୦ରୁ ୨୦୦ମିମି, ୧୦୭ଟି ବ୍ଲକରେ ୫୦ରୁ ୧୦୦ମିମି ବର୍ଷା ରେକର୍ଡ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top