ଭୁବନେଶ୍ବର(ଓଡ଼ିଶା ୱେୟାର): ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ଯ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା।ଡୁ୍ଯଟି ବେଳେ ନିୟୋଜିତ ଅଧିକାରୀଙ୍କ ମୃତ୍ଯୁଜନିତ ଅନୁକମ୍ପା ରାଶିକୁ ବୃଦ୍ଧି କରାଯାଇଛି। ଦାୟିତ୍ୱରେ ଥିବା ବେଳେ ଦୁର୍ଘଟଣା, ହିଂସାକାଣ୍ଡ ଓ ବୋମା ବିସ୍ଫୋରଣରେ ମୃତ୍ଯୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା । କେନ୍ଦ୍ର ଓ ରାଜ୍ଯ ସରକାରୀ କର୍ମଚାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ସମୟରେ ଅନ୍ଯ କାରଣରୁ ମୃତ୍ଯୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା ଶରୀରର କୌଣସି ଅଙ୍ଗ ଅକର୍ମଣ୍ଯ ହେଲେ ୧୫ ଲକ୍ଷ ଟଙ୍କା ମିଳିବ । ଆଖି ନଷ୍ଟ ହେଲେ ମିଳିବ ୭.୫ଲକ୍ଷ ଟଙ୍କା ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ କରୋନା ସଂକ୍ରମିତ ହୋଇ ମୃତ୍ୟୂ ହେଲେ ୩୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଡୁ୍ଟି ସମୟରେ କୋଭିଡ୍ ଆକ୍ରାନ୍ତ ହେଲେ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।


