ସକାଳର ବ୍ରେକଫାଷ୍ଟ ହେଉ କି ସନ୍ଧ୍ୟା ବେଳର ଜଳଖିଆ, ସବୁଥିରେ ପାଉରୁଟିକୁ ସାମିଲ କରାଯାଏ ।ଏହା ଅତି ସହଜରେ ଉପଲବ୍ଧ ହେବା ସହ ଖାଇବାକୁ ଟେଷ୍ଟି ଲାଗୁଥିବାରୁ ପିଲାଠୁ ବୟସ୍କଙ୍କ ପର୍ଯ୍ଯନ୍ତ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। କେତେ ବେଳେ ଏହାକୁ ବ୍ରେଡ୍ ସାଣ୍ଡଓ୍ବିଚ୍ ଭାବେ ତ ଆଉ କେତେ ବେଳେ ବ୍ରେଡ୍ ଟୋଷ୍ଟ ଭାବେ ଲୋକେ ଖାଇଥାନ୍ତି କିନ୍ତୁ ଜାଣି ଆଶ୍ଚର୍ଯ୍ଯ ହେବେ ଯେ ପାଉରୁଟିର ବି ଅନେକ ସାଇଡ୍ ଇଫେକ୍ଟ ରହିଛି । ଖାସ୍ କରି ଧଳା ପାଉରୁଟିର ଅଧିକ କ୍ଷତିକାରକ ଗୁଣ ରହିଛି ବ୍ରେ ତେବେ ଆଜି ଆସନ୍ତୁ ଜାଣିବା ପାଉରୁଟି ଖାଇବା ଦ୍ୱାରା ଦେଖାଯାଉଥିବା ସମସ୍ଯା ସମ୍ପର୍କରେ ଅଧିକାଂଶ ପାଉରୁଟିରେ ଲୁଣ ରହିଥାଏ ଖାସ୍ କରି ମାର୍କେଟରେ ମିଳୁଥିବା ବ୍ରେଡରେ ଲୁଣର ପରିମାଣ ଅଧିକ ଥାଏ ଏହା ଦ୍ୱାରା ଶରୀରର ରକ୍ତ ଚାପ ବଢିବାର ଆଶଙ୍କା ରହିଛି କିନ୍ତୁ ଆପଣ ଚାହିଁଲେ ଖଣ୍ଡେ ଅଧେ ପାଉରୁଟି ଖାଇପାରିବେ ଶରୀର ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ । ପାଉରୁଟିରେ କାର୍ବ, ଲୁଣ ଓ ରିଫାଇଣ୍ଡ୍ ସୁଗାର ରହିଥାଏ,ଏହା ଶରୀର ପାଇଁ ଆଦୌ ଭଲ ହୋଇନଥାଏ। ନିୟମିତ ଭାବେ ପାଉରୁଟି ସେବନ କଲେ, ଦେହ ଖରାପ ହୋଇପାରେ ଏଥିସହ ଧଳା ବ୍ରେଡ୍ ରିଫାଇଣ୍ଡ୍ ମଇଦା ଓ ଚିନିରେ ତିଆରି ହୋଇଥାଏ । ନିୟମିତ ଭାବେ ଏହାକୁ ଖାଇଲେ ବ୍ଲଡ୍ ସୁଗାର ଲେବର ଦ୍ରୁତ ଗତିରେ ବିପାରେ । ଏଥିସହ ପ୍ରତିଦିନ ପାଉରୁଟି ସେବନ କଲେ ଆପଣଙ୍କ ଓଜନ ବି ବଢିପାରେ। ବ୍ରେଡରେ ଅଧିକ ପରିମାଣରେ ସୋଡିୟମ୍ ରହିଥିବାରୁ ଏହା ଯୋଗୁ ବ୍ଳଡ୍ ପ୍ରେସ ବଢି ପାରେ । ବ୍ଲଡ୍ ପ୍ରେସର ବଢ଼ିବା ଯୋଗୁ ହାର୍ଟ ରୋଗର ଆଶଙ୍କା ବିଯାଏ ଏଣୁ ସବୁଦିନ ପାଉରୁଟି ଖାଉଥିଲେ ଏବେ ସାବଧାନ ରୁହନ୍ତୁ । ଆପଣ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଇବାକୁ ଚାହୁଁଥିଲେ, ପାଉରୁଟି ଜାଗାରେ ସାଗୁ ରୁଟି କିମ୍ବା ଓଟ୍ସ ଖାଇପାରିବେ ସୁସ୍ଥ ରହିବେ।


