Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସାଧାରଣ ସୌଜନ୍ୟ ହରାଇଛନ୍ତି କେନ୍ଦ୍ରମନ୍ତ୍ରୀ : ବିଜେଡି

ଭୁବନେଶ୍ୱର୍ : ଆଇଟି ସଚିବ ଏ.କେ.କେ. ମୀନାଙ୍କ ପ୍ରତି ରୁକ୍ଷ ବ୍ୟବହାର କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସୌଜନ୍ୟ ହରାଇଛନ୍ତି । ନିଜ ପଦମର୍ଯ୍ୟାଦାର ଉଲ୍ଲଘଂନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲକ୍ଷ୍ମଣ ରେଖା ଟପି କେତେକ କ୍ଷେତ୍ରରେ ଯେପରି ଅବାସ୍ତବ, ଅଯୌକ୍ତିକ ଓ ଅସୌଜନ୍ୟ ମୂଳକ ମନ୍ତବ୍ୟ ଦେଉଛନ୍ତି, ତାହା ତାଙ୍କର ମନ୍ତ୍ରୀ ପଦର ଗାରିମାକୁ କ୍ଷୂଣ୍ଣ କରିଛି ବୋଲି ବିଜେଡି କହିଛି ।
ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଆଜି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ ସାମ୍ବିଧାନିକ ପଦପଦବୀରେ ରହି କେନ୍ଦ୍ରର ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ରୁଚି ବିହୀନ ମନ୍ତବ୍ୟ ପ୍ରଦାନ କରିବା ଆଦୌ ଗ୍ରହଣୀୟ ନୁହେଁ । ନିକଟରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଶ୍ରୀ ପ୍ରଧାନ ଯେଉଁଭଳି ତାତ୍ସଲ୍ୟ କରିବା ସହ ଅରୁଚିକର ମନ୍ତବ୍ୟ ପ୍ରଦାନ କଲେ, ତାହା ତାଙ୍କ ମନ୍ତ୍ରୀ ପଦବୀର ଗରିମାକୁ କ୍ଷୁଣ୍ଣ କରୁଛି । ଓଡ଼ିଶାର ଜନସାଧାରଣ ଏହାକୁ ଆଦୌ ଗ୍ରହଣ କରିବେ ନାହିଁ । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରସ୍ପର ପରିପୂରକ । ସେମାନଙ୍କ ମଧ୍ୟରେ ଥିବା ଲକ୍ଷ୍ମଣରେଖା ମଧ୍ୟ ସମ୍ବିଧାନରେ ଉଲ୍ଲଖିତ ରହିଛି ।ଜଣେ ବ୍ୟକ୍ତିଙ୍କ ଚରିତ୍ର ତାଙ୍କ ବ୍ୟବହାରରୁ ଜଣାପଡେ । ଯିଏ ଯେତେ ବଡ଼ ପଦପଦବୀରେ ରହନ୍ତି, ସେମାନେ ସେତେ ଅଧିକ ଶିଷ୍ଟ । ଶାସ୍ତ୍ରରେ ‘ନମ୍ରନ୍ତି ଫଳିନୋ ବୃକ୍ଷା, ନମ୍ରନ୍ତି ଗୁଣିନୋ ଜନା’ କୁହାଯାଇଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି କେନ୍ଦ୍ରମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ଧମକ-ଚମକ ଦେଉଥିବା ଅଭିଯୋଗ ଆଦୌ ଶୋଭନୀୟ ନୁହେଁ । ଓଡ଼ିଶାର ସଂସ୍କୃତି ସଦାସର୍ବଦା ସୌଜନ୍ୟ ଓ ଉଚିତ୍‍ ସମ୍ମାନ ପ୍ରଦାନ ଉପରେ ବିଶ୍ୱାସ ରଖି ଆସିଛି । କିନ୍ତୁ ଶ୍ରୀ ପ୍ରଧାନ ଏହା ସଂପୂର୍ଣ୍ଣ ଭୁଲିଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଲକ୍ଷ୍ମଣରେଖା ଟପିବାର ପୁନରାବୃତ୍ତି କଲେ ଆଗାମୀ ଦିନମାନଙ୍କରେ ଏହାକୁ ଓଡ଼ିଶାର ଜନସାଧାରଣ ଭଲ ପାଇବେ ନାହିଁ ଓ ଉଚିତ୍‍ ଜବାବ ଦେବା ସୁନିଶ୍ଚିତ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top