Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁପି ନିର୍ବାଚନ: କଂଗ୍ରେସ ପ୍ରକାଶ କଲା ସପ୍ତମ ପ୍ରାର୍ଥୀ ତାଲିକା

ଲକ୍ଷ୍ନେ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବୁଧବାର ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୧୧ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୨୭ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । କଂଗ୍ରେସ ଏପର୍ଯ୍ଯନ୍ତ ଉତ୍ତରପ୍ରଦେଶରେ ମୋଟ ୩୪୬ ପ୍ରାର୍ଥୀ ଘୋଷଣା କରିଛି, ସେଥିମଧ୍ୟରୁ ୪୦ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦିଆଯାଇଛି । ଏଥର ଚାରିଟି ଆସନରେ ପ୍ରାର୍ଥୀଙ୍କ ନାମ ପରିବର୍ତ୍ତନ କରାଯାଇଛି । ଏଥିରେ କୁର୍ସି, ବାରବାଙ୍କି, ବିଙ୍ଗା ଏବଂ ପିପ୍ରାଚ୍ ବିଧାନସଭା ଆସନ ଅନ୍ତର୍ଭୁକ୍ତ କୁର୍ସିରୁ ଜାମିଲ ଅହମ୍ମଦଙ୍କ ସ୍ଥାନରେ ଉର୍ମିଲା ପଟେଲ ଟିକେଟ ପାଇଛନ୍ତି । ବାରବାଙ୍କିରୁ ଗୌରୀ ଯାଦବଙ୍କ ସ୍ଥାନରେ ରୁହି ଆର୍ଶାଦଙ୍କୁ ଟିକେଟ ଦିଆଯାଇଛି । ବିଙ୍ଗାରୁ ଭନ୍ଦାନା ଶର୍ମାଙ୍କ ସ୍ଥାନରେ ଗାଜାଲା ଚୌଧୁରୀଙ୍କୁ ଟିକେଟ୍ ଦିଆଯାଇଥିବାବେଳେ ପିପ୍ରାଇଚରୁ ମନେକା ପାଣ୍ଡେଙ୍କ ସ୍ଥାନରେ ସୁମନ ଚୌହାନଙ୍କୁ ଟିକେଟ ଦିଆଯାଇଛି ।
ଏହା ବ୍ଯତୀତ ଏହି ତାଲିକାରେ ତିନିଜଣ ପୁରୁଷ ପ୍ରାର୍ଥୀଙ୍କ ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିରେ ମନୋଜ ତିଓ୍ୱାରୀ ଲକ୍ଷ୍ନେ ପୂର୍ବର ପଙ୍କଜ ତିଓ୍ୱାରୀଙ୍କ ସ୍ଥାନରେ ଟିକେଟ ପାଇଛନ୍ତି । ଖଲିଲାବାଦରୁ ସାବିନା ଖଟୁନଙ୍କ ସ୍ଥାନରେ ଅମରେନ୍ଦ୍ର ଭୂଷଣଙ୍କୁ ଟିକେଟ୍ ଦିଆଯାଇଥିବାବେଳେ ମାର ମନଭେନ୍ଦ୍ର ବାହାଦୂର ସିଂଙ୍କ ସ୍ଥାନରେ ମଧ୍ୟପ୍ରଦେଶ ସିଂଙ୍କୁ ଟିକେଟ ଦିଆଯାଇଛି।
ସାତୋଟି ପର୍ଯ୍ଯାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ଯାୟ ମତଦାନ ଫେବୃଆରୀ ୧୦ରେ ଏବଂ ସପ୍ତମ ତଥା ଶେଷ ପର୍ଯ୍ଯାୟ ମାର୍ଚ୍ଚ ୭ ରେ ଅନୁଷ୍ଠିତ ହେବ ମାର୍ଚ୍ଚ ୧୦ ରେ ଫଳାଫଳ ଘୋଷଣା କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top