Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ବର, (ଓଡ଼ିଶା ୱେୟାର): ଥମିବାର ନାଁ ଧରୁନି କଂଗ୍ରେସ କଳି । ଆଜି ପୁଣି ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ ଅଫିସରେ ଚେୟାର, ଟେବୁଲ ସବୁ ଭଙ୍ଗାରୁଜା ହୋଇଛି । ଆସବାବପତ୍ର ସବୁ ଛିନଛତର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । ଆଜି ସକାଳ ୬ଟାରେ ୪ ଜଣ ଯୁବକ ମୁହଁରେ କଳା କପଡ଼ା ବାନ୍ଧି କଂଗ୍ରେସ ଭବନକୁ ଧସେଇ ପଶିଥିଲେ । କର୍ମଚାରୀଙ୍କୁ ଯୁବ କଂଗ୍ରେସ ଅଫିସ ଚାବି ମାଗିଥିଲେ । ଚାବି ନ ମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବପତ୍ର ଭଙ୍ଗାରୁଜା କରିବା ପରେ ଚମ୍ପଟ ମାରିଛନ୍ତି ।
ଭଙ୍ଗାରୁଜାରେ ସଂପୃକ୍ତ ଯୁବକମାନେ କିଏ ? କ’ଣ ପାଇଁ ଘଟାଇଲେ ଏଭଳି କାଣ୍ଡ ? କୁହାଯାଉଛି, ବହୁ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ସେହି ଗୋଷ୍ଠୀ ବିବାଦରୁ ଏପରି ହୋଇଥାଇପାରେ ।
ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିରଞ୍ଜନଙ୍କ ବିରୋଧରେ ଭୁବନେଶ୍ୱରରେ ଗତ ସପ୍ତାହରେ ବିରୋଧୀ ଗୋଷ୍ଠୀ ଏକଜୁଟ ହୋଇଥିଲେ । ହେଲେ ଏଯାଏ ହାଇକମାଣ୍ଡଙ୍କ ପକ୍ଷରୁ କିଛି ଇଶାରା ଆସିନି । ଏପଟେ ଯୁବ କଂଗ୍ରେସ ଅଫିସରେ ଚେୟାର, ଟେବୁଲ ଭଙ୍ଗାରୁଜା ହୋଇଛି । ପୂର୍ବରୁ ୨୦୧୯ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଟିକେଟ ବଣ୍ଟାକୁ ନେଇ କିଛି ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top