Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମହିଳା ବିଶ୍ୱକପ: ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ୱେଲିଙ୍ଗଟନ୍: ଆଇସିସି ମହିଳା ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲୀୟ ମହିଳା ଦଳ ୱେଷ୍ଟଇଣ୍ଡିଜ ମହିଳା ଦଳକୁ ୧୫୭ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରଛି। ଦଳ ପାଇଁ ଓ୍ୱିକେଟ୍ କିପର ଓପନର୍ ଆଲିସା ହେଲି ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ସେ ୧୦୭ ବଲ ଖେଳି ସର୍ବାଧତ୍କ ୧୨୯ ରନ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ପାଇଁ ହେଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ବିଚାର କରାଯାଇଛି ।
ୱେଲିଙ୍ଗଟନରେ ୱେଷ୍ଟଇଣ୍ଡିଜ୍ ମହିଳା ଦଳର ଅଧିନାୟକ ଶେମାଇନ୍ କ୍ୟାମ୍ପବେଲ ଟସ୍ ଜିତି ଅଷ୍ଟ୍ରେଲିଆ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଦଳ ତିନି ଓ୍ୱିକେଟ୍ ହରାଇ ୩୦୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ହେଲିଙ୍କ ବ୍ୟତୀତ ରାହୁଲ ହେନ୍ସ ୮୫ ରନ,ଐଶ୍ ଗାର୍ଡନର୍ ୧୨, କ୍ୟାପଟେନ୍ ମେଗ୍ ଲାନ୍ନିଙ୍ଗ୍ ୨୬ ଏବଂ ବେଥ୍ ମୋଇନି ୪୩ ରନ କରି ଅପରାଜିତ ଥିଲେ ।
ଅଷ୍ଟ୍ରେଲୀୟ ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ୩୦୬ ରନର ଟାର୍ଗେଟକୁ ପିଛା କରି କାରିବିଆନ୍ ମହିଳା ଦଳ ୩୭ ଓଭରରେ ମାତ୍ର ୧୪୮ ରନ ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ଦଳ ପାଇଁ କେବଳ କ୍ୟାପଟେନ କ୍ୟାମ୍ପବେଲ ଅଷ୍ଟ୍ରେଲୀୟ ମହିଳା ବୋଲରଙ୍କ ସାମ୍ନାରେ କିଛି ସମୟ ତିଷ୍ଠି ପାରିଥିଲେ। ଦଳ ପାଇଁ ୭୫ ବଲର ସମ୍ମୁଖୀନ ହୋଇ ସେ ୪୮ ରନର ସର୍ବାଧିକ ଇନିଂସ ଖେଳିଥିଲେ।
ବିଜେତା ଦଳ ପାଇଁ ସେମିଫାଇନାଲ ମ୍ୟାଚରେ ବୋଲିଂ କରୁଥିବାବେଳେ ଜେସ୍ ଜୋନାସନ୍ ସର୍ବାଧିକ ଦୁଇଟି ସଫଳତା ପାଇବାରେ ସଫଳ ହୋଇଥିଲେ । ଜୋନାସନଙ୍କ ବ୍ୟତୀତ ମେଗାନ୍ ସ୍କଟ୍, ଆନ୍ନାବେଲ ସଟରଲ୍ୟାଣ୍ଡ, ତାହଲିଆ ମ୍ୟାକଗ୍ରାଥ, ଆଲାନା କିଙ୍ଗ ଏବଂ ଐଶ୍ ଗାର୍ଡନର୍ ପ୍ରତ୍ୟେକ ଦଳ ପାଇଁ ସଫଳତା ହାସଲ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top