Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜସ୍ୱ ବିଭାଗର ସଚିବ ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଜସ୍ୱ ଖର୍ଚ୍ଚ କରିଥିବା ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି । ୬୦ଦିନ ମଧ୍ୟରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ଏହାର ତଦନ୍ତ କରି ରିପୋର୍ଟ ଦେବେ ।
ମିଳିଥିବା ସୂଚନା ଅନୁସାରେ, ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଓ ସଦସ୍ୟ ଦେବବ୍ରତ ସ୍ୱାଇଁ ଆଜି ଆବେଦନକାରୀ ଶ୍ରୀକାନ୍ତ ପକାଳଙ୍କ ଅଭିଯୋଗର ଶୁଣାଣି କରି ଆଇଏଏସ୍ ଶ୍ରୀ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡ ମୁଖ୍ୟ ଥିବାବେଳେ ବେଆଇନ ଭାବେ ନେଇଥିବା ଅର୍ଥର ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଲୋକାୟୁକ୍ତ ଏହି ଅଭିଯୋଗରେ ଉଭୟ ପକ୍ଷର ଯୁକ୍ତି ଶୁଣିବାପରେ ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ ପାଇଁ ନିଜର ତଦନ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବାବେଳେ ନିଜ ପିତା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟାଙ୍କରୁ ମେଡିକାଲ ବିଲ୍ ଆଇନତଃ ନେଇପାରିବେ କି ନାହିଁ । ଦ୍ୱିତୀୟତଃ ଆଇଏଏସ୍ ଶ୍ରୀ ସେଠୀ ସମବାୟ ବିଭାଗର କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱରେ ରହି ବ୍ୟାଙ୍କର ନେଟ୍ ଲାଭରୁ ପାରିଶ୍ରମିକ ନେବାକୁ ହକଦାର କି ନୁହଁନ୍ତି? ତୃତୀୟତଃ ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ମେଡିକାଲ ବିଲ୍ ଓ ପାରିଶ୍ରମିକ ବାବଦରେ ତ୍ରୁଟିପୂର୍ଣ୍ଣ ଭାବେ ଅର୍ଥ ନେଇ ନିଜର କ୍ଷମତାର ଅପବ୍ୟବହାର କରିଛନ୍ତି କି ନାହିଁ ।
ଏହି ୩ଟି ଦିଗ ଉପରେ ତଦନ୍ତ କରି ୬୦ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପରବର୍ତ୍ତୀ ମାମଲାର ଶୁଣାଣି ମାର୍ଚ୍ଚ ୮ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଥିବାବେଳେ ନିଜ ପିତା ଓ ପତ୍ନୀଙ୍କ ମେଡିକାଲ୍ ବିଲ୍ ବାବଦରେ ୯ଲକ୍ଷ ୪୬ହଜାର ୭୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ମାତ୍ର ଶ୍ରୀ ସେଠୀ ନିଜ ଓକିଲ ମାଧ୍ୟମରେ ସେ ବ୍ୟାଙ୍କରୁ ୩ଲକ୍ଷ ୨୪ହଜାର ୫୩୯ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି । ସେହିପରି ବ୍ୟାଙ୍କରୁ ନିଜ ଘରର ଇଲେକ୍ଟି ବିଲ , ବହି କିଣା ବାବଦରେ ବର୍ଷକୁ ୧୦ହଜାର ଓ ପିଅନ ବାବଦରେ ମାସକୁ ୩ହଜାର ଏଭଳି ମୋଟ ୪ଲକ୍ଷ ୨୮ହଜାର ୨୦୩ଟଙ୍କା ନେଇଛନ୍ତି । ସେ ୨୦୧୩ ଫେବୃୟାରୀ ୬ରୁ ୨୦୧୫ ଜୁଲାଇ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top