Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏଣିକି ରାସ୍ତା ଓ ପାଇପଲାଇନ୍ ନିର୍ମାଣ ଦରକାର ପଡ଼ିବନି ପରିବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାସ୍ତା ନିର୍ମାଣ ସହ ପାଇପଲାଇନ୍ ଯିବା ପାଇଁ ମାଟି ଖୋଳା ନିମନ୍ତେ ଆଉ ପରିବେଶ ଅନୁମତି ଦରକାର ପଡ଼ିବ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାନୁୟାରୀ ୭ତାରିଖରେ ଏଥିପାଇଁ ବିଧିବଦ୍ଧ ଅନୁମୋଦନ କରିବାପରେ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ।
ରାଜସ୍ୱ ବିଭାଗର ଉପସଚିବ ବିରଂଚି ନାରାୟଣ ଦାଶ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଳେଖି ରାସ୍ତା,ପାଇପଲାଇନ୍ ଓ ଅନ୍ୟାନ୍ୟ ଲିନିଅର ପ୍ରୋଜେକ୍ଟ ନିମନ୍ତେ ମାଟି ଖୋଳିବାକୁ ପଡ଼ୁଥିଲେ ସେଥିପାଇଁ ଆଉ ପ୍ରଶାସନିକ ଅନୁମତି କିମ୍ବା ପରିବେଶ ଅନୁମତିର ଆବଶ୍ୟକତା ନାହିଁ ବୋଲି ଦର୍ଶାଇଛନ୍ତି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଗତବର୍ଷ ମାର୍ଚ୍ଚ ୨୮ତାରିଖରେ ଏଭଳି ଅନୁମତି ଦେଇଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତମାସ ୭ତାରିଖରେ ଏହାକୁ ପ୍ରଶାସନିକ ଅନୁମୋଦନ କରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ଅନୁମୋଦନ ପରେ ଏଣିକି କୌଣସି ସ୍ଥାନରେ ରାସ୍ତା ନିର୍ମାଣ ହେଉ କିମ୍ବା ପାଇପଲାଇନ୍ ଯିବା ନିମନ୍ତେ ମାଟିଖୋଳା ଗଲେ ସେଥିପାଇଁ ପୂର୍ବରୁ ପରିବେଶ ଅନୁମତି ନେବା ଅନାବଶ୍ୟକ ହେବ । ସେହିପରି ଜଳଭଣ୍ଡାର, ବ୍ୟାରେଜ, ଡ୍ୟାମ୍ , ନଦୀ ଓ କେନାଲର ରକ୍ଷଣାବେକ୍ଷଣ ନିମନ୍ତେ ତଥା ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମାଟି ଖୋଳା ଯାଇପାରିବ । ପଂଚାୟତଗୁଡ଼ିକରେ ଥିବା ସ୍ଥାନରୁ ବ୍ୟକ୍ତିଗତ କାର୍ଯ୍ୟ କିମ୍ବା ସମୂହ କାମ ପାଇଁ ମାଟି ଅବା ବାଲି ଖୋଳିବା ନିମନ୍ତେ ମଧ୍ୟ ପରିବେଶ ଅନୁମତି କିମ୍ବା ପ୍ରଶାସନିକ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ । ସେହିପରି ମାଟିପାତ୍ର ନିର୍ମାଣ ଓ ଟାଇଲ୍ ନିର୍ମାଣ ନିମନ୍ତେ ମାଟି ଖୋଳିବା ପୂର୍ବରୁ ପ୍ରଶାସନିକ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ । ଜଳସେଚନ କିମ୍ବା ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ମଧ୍ୟ ମାଟି ଖୋଳା ଯାଇପାରିବ । କୋଠା ନିର୍ମାଣ ନିମନ୍ତେ ମୂଳଦୁଆ ସ୍ଥାପନ ପାଇଁ ମାଟି ଖୋଳାଗଲେ ବି ଆଉ ପରିବେଶ ଅନୁମତି ନେବାର ଆବଶ୍ୟକତା ପଡ଼ିବ ନାହିଁ ।
ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ଅଂଚଳରେ ସଡକ, ପାଇପଲାଇନ୍ ନିର୍ମାଣ ଆଦି ନିମନ୍ତେ ମାଟିଖୋଳା ଯାଉଥିବାବେଳେ ସେଗୁଡ଼ିକ ଜଙ୍ଗଲ ଓ ନଦୀନାଳ ଅଂଚଳରେ ଥିବାରୁ ପରିବେଶ ମଞ୍ଜୁରୀର ଆବଶ୍ୟକତା ପଡ଼ୁଥିଲା । ମାତ୍ର ଏଥିଯୋଗୁ ବିକାଶମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିବାରୁ କେନ୍ଦ୍ର ସରକାର ଗତବର୍ଷ ଏସବୁ କାର୍ଯ୍ୟ ନିମନ୍ତେ ରହିଥିବା ପରିବେଶ ଅନୁମତିକୁ ପ୍ରତ୍ୟାହାର କରିନେଇଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତମାସ ୭ତାରିଖରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ ପାଇଁ ଅନୁମୋଦନ ଦେବାପରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top