Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଡ଼ିଶାରୁ ଚାଲିଯିବ ଜେଏସଡବ୍ଲୁ ପ୍ଲାଣ୍ଟ !

ଓଡ଼ିଶାରୁ ଚାଲିଯାଇପାରେ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ହେଉଥିବାର ସୂଚନା ମିଳିଛି। ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା। ହେଲେ କୌଣସି କାରଣ ପାଇଁ ଏହି କଂପାନୀ ଓଡିଶା ଛାଡିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।୭ ମାସ ତଳେ ଅଥାତ ଗତ ଫେବୃୟାରୀ ମାସରେ ଓଡ଼ିଶାରେ ବିଜେଡି ସରକାର ଥିବା ବେଳେ ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲା ଜେଏସଡବ୍ଲୁ ।

ଏବେ କଂପାନୀ ଏହି ପ୍ରକଳ୍ପକୁ ମହାରାଷ୍ଟ୍ର ସ୍ଥାନାନ୍ତର କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ସଂପର୍କରେ ଜେଏସଡବ୍ଲୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ଅନ୍ୟପଟେ ଜେଏସଡବ୍ଲୁ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଉପରେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଜେଏସଡବ୍ଲୁ ଓଡ଼ିଶା ଛାଡ଼ିବା ନେଇ କିଛି ଫାଇନାଲ ହୋଇ ନାହିଁ ।ଜେଏସଡବ୍ଲୁ ସହ ଆଲୋଚନା ଚାଲିଛି, ନିର୍ଣ୍ଣୟ ଆସିଲେ ଜଣାପଡ଼ିବ । ଜେଏସଡବ୍ଲୁ ଇଭି ପ୍ଲାଣ୍ଟ ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି ।ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାରରେ କଣ ହୋଇଛି ଆମେ କଥାବାର୍ତ୍ତା କରିବୁ । ସିଫ୍ଟ ହେବା ନେଇ ଫାଇନାଲ ହୋଇନି କି ଆମକୁ କିଛି ସୂଚନା ମିଳି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top