Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କରୋନା କାଳରେ ନବୀନ ନିବାସରେ ୬ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ କାଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅବା ନବୀନ ନିବାସରେ ୬ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି । ନବୀନ ନିବାସରେ କେତେଜଣ ଅଫିସର ଓ କର୍ମଚାରୀ ନିଯୁକ୍ତି ପାଇଛନ୍ତି ବୋଲି ତା’ର ତଥ୍ୟ ମିଳିଥିଲେ ମଧ୍ୟ ରାଜନୀତିକ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ନାଁ ମିଳିନାହିଁ ।
ସୂଚନା ଅଧିକାର ଆଇନ ବଳରେ ସୂଚନାକର୍ମୀ ଶ୍ରୀକାନ୍ତ ପକାଳଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ ନଭେମ୍ବର ୪ତାରିଖ ସୁଦ୍ଧା ଅବସରପରେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ୨୦୨୦ ଜୁଲାଇ ୨ତାରିଖରେ ନିଯୁକ୍ତି ମିଳିଥିବାବେଳେ ବିଜୟ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ଅକ୍ଟୋବର ୧ତାରିଖ, ସୌମ୍ୟରଞ୍ଜନ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ଜୁନ୍ ୧୦ତାରିଖ, ଅଜାମ୍ବର ବେହେରାଙ୍କୁ ଜମାଦାର ଭାବେ ଜୁଲାଇ ୨୪ତାରିଖ, ସୁରେଶ ଚନ୍ଦ୍ର ଜେନାଙ୍କୁ ଜମାଦାନ ଭାବେ ଜାନୁୟାରୀ ୮, ରବିନାରାୟଣ ମହାପାତ୍ରଙ୍କୁ ଚପରାଶି ଭାବେ ଜୁନ୍ ୨୪ରେ ନିଯୁକ୍ତି ମିଳିଛି । ସେମାନଙ୍କ ବ୍ୟତୀତ ଶ୍ରୀକାନ୍ତ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଘରୋଇ ସଚିବ ଭାବେ ୨୦୧୯ ଜୁଲାଇ ୮, ଗଣପତି ମହାକୁଡ଼ଙ୍କୁ ଜମାଦାର ଭାବେ ୨୦୧୮ ଅକ୍ଟୋବର ୧୫, ତ୍ରିନାଥ ସାହୁଙ୍କୁ ଚପରାସୀ ଭାବେ ୧୯୯୫ ଏପ୍ରିଲ ୧, ମୋହନ ରାଉତଙ୍କୁ ଚପରାସୀ ଭାବେ ୨୦୧୮ ଡିସେମ୍ବର ୩ ତାରିଖରେ ନିଯୁକ୍ତି ମିଳିଥିଲା ।
ଏହି ସମସ୍ତ ଅଫିସର ଓ କର୍ମଚାରୀ ଏବେ ନବୀନ ନିବାସରେ କାର୍ଯ୍ୟରତ ଥିବାବେଳେ ଅନ୍ୟ କେତେକ ଅବସରପ୍ରାପ୍ତ ଅଫିସରଙ୍କ ସମେତ କିଛି କର୍ମଚାରୀ ଦଳୀୟ ଭିତ୍ତିରେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top