Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରେ ଯୋଗଦେଲେ ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ବହୁ କର୍ମୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ପ୍ରମିଳା ମଲିକଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ବିଜେପି ମଣ୍ଡଳ ସଭାପତିଙ୍କ ସହ ୫୦ରୁ ଊଦ୍ଧ୍ୱର୍ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ କାର‌୍ୟ୍ୟକ୍ରମରେ ୭ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୨୭ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟଭାମା ମଲ୍ଲିକ, ତାପସ କୁମାର ମହାପାତ୍ର, ଖାନନଗର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ଖିତିରଞ୍ଜନ ନାୟକ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ଗଦାଧର ସାହୁ, ପର୍ଶୁରାମ ମିଶ୍ର, ମନୋଜ କୁମାର ବିଶ୍ୱାଳ, ସଂଖ୍ୟାଲଘୁ ମୋର୍ଚ୍ଚାର ଏସ୍.କେ. ଆଲ୍ଲାଉଦ୍ଦିନ୍, ମହିଳା ମୋର୍ଚ୍ଚାର ତିଳୋତ୍ତମା ବେହେରା, ମଣ୍ଡଳ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, କୃଷକ ମୋର୍ଚ୍ଚାର ଅଲେଖ ଚନ୍ଦ୍ର ମଲ୍ଲିକ, ଯୁବମୋର୍ଚ୍ଚାର ଫକୀର ଚରଣ ସାହୁ, ଶଙ୍କର୍ଷଣ ସାମଲ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଜିଲ୍ଲା ପରିଷଦ ସଭ୍ୟ, ମଣ୍ଡଳ ସଭାପତି ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ସଭାପତି ପଟ୍ଟନାୟକ ସ୍ୱାଗତ କରିବା ସହ ବିଜେପିର ନିର୍ବାଚିତ ପ୍ରତିନିଧି, ସଦସ୍ୟ ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top