ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବଢ଼ିବ ନାହିଁ । ଏହା ସହିତ ଅନ୍ଲାଇନ୍ରେ ମାସିକ ଦେୟ ଉପରେ ୧ ପ୍ରତିଶତ ରିହାତି ମଧ୍ୟ ମିଳିବ । ନିୟମିତ ବିଦ୍ୟୁତ୍ ଶୁଳ୍କ ଦେଇଥିବା ଗ୍ରାହକଙ୍କୁ ବର୍ଷ ଶେଷ ମାସରେ ବିଲ୍ ରିହାତି ଉପରେ ଦ୍ୱିଗୁଣ ରିହାତି ମଧ୍ୟ ମିଳିବ ।ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବଢ଼ିବ ନାହିଁ । ଏହା ସହିତ ଅନ୍ଲାଇନ୍ରେ ମାସିକ ଦେୟ ଉପରେ ୧ ପ୍ରତିଶତ ରିହାତି ମଧ୍ୟ ମିଳିବ । ନିୟମିତ ବିଦ୍ୟୁତ୍ ଶୁଳ୍କ ଦେଇଥିବା ଗ୍ରାହକଙ୍କୁ ବର୍ଷ ଶେଷ ମାସରେ ବିଲ୍ ରିହାତି ଉପରେ ଦ୍ୱିଗୁଣ ରିହାତି ମଧ୍ୟ ମିଳିବ । ଆଜି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଆଇଆରସି) ପକ୍ଷରୁ ଏହି ଘୋଷଣା କରାଯାଇଛି । ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷରେ କୌଣସି ବର୍ଗର ଗ୍ରାହକଙ୍କ ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି ହେବ ନାହିଁ । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ପାଇଁ ଓଇଆରସିଙ୍କ ନିକଟରେ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଅନୁରୋଧ କରିଥିଲେ । କିନ୍ତୁ ଶୁଣାଣିବେଳେ ଓଇଆରସି ସେମାନଙ୍କର ଯୁକ୍ତିକୁ ଖାରଜ କରିଦେଇଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଯେଉଁ ବିଦ୍ୟୁତ ଶୁଳ୍କ ରହିଛି ତାହା ସବୁ ବର୍ଗ ପାଇଁ ପ୍ରଯୁଜ୍ୟ ହେବ । ସୂଚନାଯୋଗ୍ୟ ଏବେ ପ୍ରଥମ ୫୦ ୟୁନିଟ୍ ପିଛା ୨ଟଙ୍କା ୫୦ ପଇସା ଥିବାବେଳେ ୫୦ରୁ ୨୦୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ୪ଟଙ୍କା ୩୦ ପଇସା ରହିଛି । ୨୦୦ରୁ ୪୦୦ ୟୁନିଟ୍ ପାଇଁ ୫ଟଙ୍କା ୩୦ ପଇସା ଦେବାକୁ ପଡ଼ିଛି ।


