Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମହିଳା ବିଜେଡି ଦୁଇଫାଳ: ବନ୍ଧୁମିଳନ ଆଳରେ ଶକ୍ତି ପ୍ରଦର୍ଶନ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ମହିଳା ୱିଙ୍ଗରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ଏବେ ଚରମସୀମାରେ ପହଂଚିଛି । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ନିଜର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରିିବା ପରଠୁ ଦଳର ମହିଳା ସଂଗଠନରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । ଆଉ ଗତ ଦୁଇଦିନ ତଳେ ରାଜଧାନୀର ଏକ ହୋଟେଲରେ ବନ୍ଧୁମିଳନ ନାଁରେ ଦଳର ଆଗଧାଡ଼ିର ନେତ୍ରୀମାନେ ଏକଜୁଟ ହୋଇଥିଲେ । ଆଉ ଏହି ବନ୍ଧୁମିଳନ ଆଳରେ ସ୍ନେହାଙ୍ଗିନୀଙ୍କ ବିରୁଦ୍ଧରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି । ବିଜେଡି ନିଜର ଭୋଟବ୍ୟାଙ୍କ ବୃଦ୍ଧି ପାଇଁ ‘ମହିଳା କାର୍ଡ’ ଖେଳୁଥିବାବେଳେ ସଂଗଠନର ନେତ୍ରୀମାନେ ପରସ୍ପରର ଗୋଡ଼ଟଣା ନୀତି ଆପଣାଇବା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରେ ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ତଥା ବିଜେଡି ନେତ୍ରୀ ସୁମିତ୍ରା ଜେନା ଗୋଟିଏ ବନ୍ଧୁମିଳନର ଆୟୋଜନ କରିଥିଲେ । ଏହି ଭୋଜିରେ କେବଳ ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସମସ୍ତ ପୂର୍ବତନ ମହିଳା କର୍ପୋରେଟର, ଦଳୀୟ ସଂଗଠନର ଆଗାଧାଡ଼ିର ନେତ୍ରୀମାନଙ୍କ ସମେତ ଦଳର ଉପସଭାପତି ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସାମିଲ ହୋଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଳରେ ସୁମିତ୍ରା ନିଜର ରାଜନୀତିକ ମହତ୍ୱାକାଂକ୍ଷାକୁ ପ୍ରତିପାଦନ କରିବାକୁ ଚାହୁଁଥିବାବେଳେ ବିଧାୟିକା ପ୍ରିମଳା ମଲ୍ଲିକ ତାଙ୍କୁ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି । ବିଜେଡି ସୂତ୍ର ଅନୁସାରେ, ଦଳର ମହିଳା ସଭାନେତ୍ରୀ ହେବା ଆଶା ମଉଳିବା ପରେ ସୁମିତ୍ରା ଜେନା ଏବେ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ପାଇଁ ଲବି ଜୋରଦାର କରିଛନ୍ତି । ଆଉ ଏହି ବନ୍ଧୁମିଳନରେ ଦଳର ନେତ୍ରୀମାନଙ୍କ ମାଧ୍ୟମରେ ଲବିକୁ ଅଧିକ ଶାଣିତ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ତା’ଛଡ଼ା ଦଳର ମହିଳା ୱିଙ୍ଗ ପଦାଧିକାରୀ ଘୋଷଣା ହୋଇନଥିବାରୁ ସେଠାରେ କିଛି ନେତ୍ରୀଙ୍କୁ ମଧ୍ୟ ଏସବୁ ପଦପଦବୀରେ ଥଇଥାନ କରାଯିବ ଆଶ୍ୱାସନା ଦିଆଯାଇଛି ।
ସୂଚନା ଅନୁସାରେ, ଦୀର୍ଘବର୍ଷ ଧରି ବିଜେଡି ମହିଳା ଶାଖାର ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିବା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ କୌଣସି ବିଚାରବିମର୍ଶ ନକରି ସ୍ନେହାଙ୍ଗିନୀଙ୍କୁ ଦଳର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଥିବାରୁ ପ୍ରମିଳା ଖପ୍ପା ହୋଇପଡ଼ିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଦଳର ମହିଳା ଶାଖାରେ କିଏ କେଉଁ ପଦବୀରେ ରହିବେ, ପ୍ରମିଳା ତା’ର ତାଲିକା ପ୍ରସ୍ତୁତ କରୁଥିବାବେଳେ ଦଳର ବିଧାୟକମାନେ ବି ତାଙ୍କୁ ନିଜର ସୁପାରିସ୍ ପଠାଉଥିଲେ । କିନ୍ତୁ ସ୍ନେହାଙ୍ଗିନୀଙ୍କ ଭଳି ପୁରୁଣା ଓ ଅଭିଜ୍ଞସମ୍ପନ୍ନ ନେତ୍ରୀଙ୍କୁ ଦଳର ମହିଳା ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯିବାପରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ତାଙ୍କ କବଜାରେ ଥିବା ଦଳର ମହିଳା ସଂଗଠନରେ ପ୍ରମିଳାଙ୍କ ପତିଆରା ହ୍ରାସ ପାଇବ । ଆଉ ସେହି ଆଶଙ୍କାରେ ସେ ନିଜର ଜଣେ ଅନୁଗତଙ୍କୁ ମହିଳା ସଭାନେତ୍ରୀ ପଦରେ ଆସୀନ କରାଇବାକୁ ବିଭିନ୍ନ ମାଧ୍ୟମରେ ଚାପ ପକାଇ ବିଫଳ ହେବାପରେ ତାଙ୍କର ଅନୁଗତ ସୁମିତ୍ରା ଜେନା ଦୁଇଦିନ ତଳେ ଏଭଳି ବନ୍ଧୁମିଳନର ଆୟୋଜନ କରିଥିଲେ । ଦଳର ବିଧାୟିକା ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ ନିଜସ୍ୱ କାରଣରୁ ସେହି ବନ୍ଧୁମିଳନରେ ସାମିଲ ହୋଇନଥିବାବେଳେ ଅନ୍ୟ ୧୦ରୁ ୧୨ଜଣ ଆଗଧାଡ଼ିର ନେତ୍ରୀ ଜାଣିଶୁଣି ସେଥିରୁ ନିଜକୁ ଦୂରେଇ ରଖିଥିବା ସୂଚନା ମିଳିଛି ।
ତେବେ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏପର୍ଯ୍ୟନ୍ତ ନିଜର ଟିମ୍ ଗଢ଼ିନଥିବାବେଳେ ବନ୍ଧୁମିଳନ ଆଳରେ ଦଳୀୟ ନେତ୍ରୀମାନେ ଏକଜୁଟ ହେବା ଓ ସେଥିରୁ ସ୍ନେହାଙ୍ଗିନୀଙ୍କ ଦୃଢ଼ ସମର୍ଥକ ନେତ୍ରୀମାନେ ସାମିଲ ନହେବା, ବିଜେଡି ମହିଳା ସଂଗଠନରେ ଥିବା ଫାଟକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top