Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରାଜକୋଷ ଅର୍ଥରେ ନିର୍ବାଚନ ପ୍ରଚାର ପାଇଁ ଉଦ୍ୟମ ଚାଲିଛି : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟର ଅର୍ଥନୀତିକୁ ଗତିଶୀଳ ଓ ବେରୋଜଗାରୀ ଦୂର କରିବାରେ ଅସମର୍ଥ। ପିଠା ଓ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ୫୦୫କୋଟି ଟଙ୍କା ବ୍ୟୟବରାଦ କରି ରାଜକୋଷ ଅର୍ଥରେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ଉଦ୍ୟମ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,‘ପିଠା’ ଯୋଜନା ପାଇଁ ଯେଉଁ ୪ ଶହ କୋଟି ଟଙ୍କାର ଅନୁଦାନ ରଖାଯାଇଛି ଏହା ବୋଧହୁଏ ବିଜେଡିର ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ପ୍ରଚାର ପ୍ରସାର କରିବା ପାଇଁ  ରାଜକୋଷରୁ ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ‘ବିଜୁ ଯୁବ ବାହିନୀ’ ପାଇଁ ରାଜ୍ୟ ରାଜକୋଷରୁ ୧୦୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ବ୍ୟୟ କରି ନିଜ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଏ ଯୋଜନା ।
ଏହି ବଜେଟ୍ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପରିବର୍ତ୍ତେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟ ସରକାର ଆସନ୍ତା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବଂ ଚାଷୀ, ନିମ୍ନ ମଧ୍ୟବିତ ଚାଷୀ ଏବଂ ଗ୍ରାମାଂଚଳର ବୟସ୍କ ବ୍ୟକ୍ତିମାନଙ୍କର ଭୋଟକୁ ହାତେଇବା ପାଇଁ ଯେଉଁ ବଜେଟ୍ର ବ୍ୟବସ୍ଥା କରିଛନ୍ତି, ତାହା ପ୍ରକୃତରେ ଚାଷୀମାନଙ୍କର ଆର୍ଥିକ ସ୍ଥିତିର ପରିବର୍ତନ ଆଣିବା ଅସମ୍ଭବ । ରାଜ୍ୟ ସରକାର କୃଷକମାନଙ୍କର ଋଣଛାଡ଼, ତାଙ୍କର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି ନକରି, ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ନକରିବା ଏବଂ ଚାଷୀର କୃଷିଜାତ ଦ୍ରବ୍ୟକୁ କିଭଳି ଭାବରେ ଶୀତଳ ଭଣ୍ଡାରରେ ସଂରକ୍ଷଣ କରାଯିବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ କୃଷିଶିଳ୍ପର ବିକାଶ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି ।
ତେଣୁ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ଚାଷୀମାନଙ୍କର ଭୋଟ ହାତେଇବା ଛଡା ତାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କୌଣସି ବଜେଟ୍ର ଯୋଜନା କରିନାହାନ୍ତି । ରାଜ୍ୟର ନିଜସ୍ୱ ଆୟ ହ୍ରାସ ପାଇବାରେ ଲାଗିଛି ଏବଂ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଜ୍ୟର ଋଣ ଭାର କ୍ରମାନ୍ୱୟରେ ବଢିଚାଲିଛି । ୨୦୧୯-୨୦ ସୁଦ୍ଧା ରାଜ୍ୟର ଋଣ ଭାର ୧ ଲକ୍ଷ ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ, ଯାହାକି ରାଜ୍ୟର ସାମଗ୍ରିକ ଉତ୍ପାଦନ (ଜିଏସ୍ଡିପି) ୨୦.୨୫ ପ୍ରତିଶତ ପାଖାପାଖି ହେବ ।  ଏଭଳି ପରିସ୍ଥିତିରେ ରାଜ୍ୟର ଋଣବୋଝ କ୍ରମାନ୍ୱୟରେ ବଢିଚାଲିଛି ।  ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ବିକାଶ, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସେଭଳି କିଛି ଅର୍ଥ ବ୍ୟୟ ବରାଦ କରିନାହାନ୍ତି । ତେଣୁ ରାଜ୍ୟ ସରକାର ଶିକ୍ଷିତ ଯୁବକମାନଙ୍କୁ ବର୍ଷ ବର୍ଷ ଧରି ଉପେକ୍ଷିତ କରୁଛନ୍ତି । ବଜେଟ୍ରେ ରାଜ୍ୟର ସମ୍ପତ୍ତିି ସୃଷ୍ଟି କରିବା ପାଇଁ ସେଭଳି କିଛି ବ୍ୟବସ୍ଥା କରିନାହାନ୍ତି, ଯାହା ରାଜ୍ୟକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିପାରିବ । ତେଣୁ ରାଜ୍ୟର ଯୁବକ, କୃଷକ ଏବଂ ମହିଳାମାନଙ୍କୁ ରାଜ୍ୟ ସରକାର ବାରମ୍ବାର ଠକି ଚାଲିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ମିଡିଆ ସଂଯୋଜକ ଦୀପକ ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top