Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜଧାନୀରେ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୨ ଅଟକ

ସହିଦନଗର ୱିନର କ୍ଳବରେ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣ ଅଟକ । ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରିଛି ପୋଲିସ । ସେମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ଆରମ୍ଭ କରିଛି ତନାଘନା । ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ବୋମାମାଡ଼ର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଗତକାଲି ରାତିରେ ସହିଦନଗର ୱିନର କ୍ଲବରେ ବୋମାମାଡ଼ ସହ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ବୋମା ମାଡ଼ରେ କାର୍ ଓ ଗୋଟିଏ ବାଇକ ନଷ୍ଟ ହୋଇଛି । ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ପରେ ଗତକାଲି ବୋମାମାଡ଼ ହୋଇଛି ।

ସୂଚନା ଅନୁସାରେ, ଗୁରୁବାର ସହିଦ ନଗର ଓ୍ଵିନର କ୍ଳବର କିଛି ଯୁବକ ସହିଦନଗର ଚାନ୍ଦିଭଣ୍ଡାର ପାଖରେ ଛିଡା ହୋଇ ଧୂମପାନ କରୁଥିବା ବେଳେ ଗୋଶାଳାର କିଛି ଯୁବକ ଆସି କମେଣ୍ଟ କରିଥିଲେ । ଏହାକୁ ନେଇ ଉତ୍ତେଜନା ବଢ଼ିଥିଲା । ୧୦ ରୁ ୧୫ ଯୁବକ ଆସି ଆକ୍ରମଣ କରିଥିବା କରିଥିଲେ । ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ। ସହିଦ ନଗର ଥାନାରେ ମାମଲା ଦାୟର ହୋଇଥିଲା । ଗତକାଲି ପୁଣି ଥରେ ସେହି ଗୋଷ୍ଠୀ ବାଇକରେ ଆସି ଓ୍ଵିନର କ୍ଲବ ବାହାରେ ବୋମା ପକାଇବା ସହ ଗାଡି ଭଙ୍ଗା ରୁଜା କରିଥିବା ଅଭିଯୋଗ ହୋଇଛି । ୩୦ ରୁ ୪୦ ଦୁର୍ବୃତ୍ତ ଆସି ମୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ସହିଦନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସି ଟିଭି ଫୁଟେଜ ଆଧାରରେ କରୁଛି ତଦନ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top