Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ୱାଲଟିୟର ଡିଭିଜନ ଉଠାଇ ନେବା ବିରୁଦ୍ଧରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ୱେୟାର):ପୂର୍ବତଟ ରେଳବାଇ ଅଧୀନରୁ ୱାଲଟିୟର ଡିଭିଜନକୁ କାଢ଼ି ନେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କେନ୍ଦ୍ର ସରକାର ତୁରନ୍ତ ନିଜର ଏଭଳି ଓଡ଼ିଶା ବିରୋଧୀ ମନୋଭାବ ପରିହାର ନକଲେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।
ଆଜି ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମହିଳା ବିଜେଡି ସଭାନେତ୍ରୀ ଡ. ମିନତୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣା ଓ ବିକ୍ଷୋଭରେ ଅଂଶଗ୍ରହଣ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ନିଷ୍ପତ୍ତିର ପୁନର୍ବିାଚର ନହେଲେ ବିଜେଡିର ଛାମୁଆ ସଂଗଠନଗୁଡିକ ଆଗାମୀ ଦିନରେ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି। ଗୋଟିଏ ପଟେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳ, ଯେଉଁଠାରୁ ଅଧିକ ପରିମାଣର କୋଇଲା ଓ ଲୁହାପଥର ରେଳ ଦ୍ୱାରା ପଠାଯାଇଥାଏ, ତାହା ପୂର୍ବପରି ବିଳାସପୁର (ଏସଇସିଆର) ଓ ଚକ୍ରଧରପୁର (ଏସଇଆର) ଡିଭିଜନ୍‍ ଅଧୀନରେ ପୂର୍ବବତ ରହିଥିବାରୁ ରାଜ୍ୟର ନିଜ ରାଜ୍ୟ ଭିତରୁ ସେବା ପାଇବା ଅଧିକାରରୁ ବଞ୍ଚତ ହୋଇଛନ୍ତି। ଏବେ ପୁଣି ୱାଲଟିୟର
ରେଳ ଡିଭିଜନକୁ ଫାଳ ଫାଳ କରି ବୃହତ୍ତର ଅଂଶକୁ ନୂଆ ରେଳବାଇ ଜୋନ୍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଓ ପ୍ରୟାସ, ଓଡ଼ିଶାର ପୂର୍ବତଟ ରେଳବାଇ ଲାଗି ମୃତ୍ୟର ଘଣ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଫେବୃଆରୀ ୧୬ ତାରିଖରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ପତ୍ର ଲେଖି ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନର କିଛି ଅଂଶ କାଢ଼ି ନେଇ ଆନ୍ଧ୍ରରେ ନୂଆ ରେଳବାଇ ଜୋନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ଉଦ୍ୟମର ପ୍ରତିବାଦ କରିଥିଲେ। ଏହାସହିତ ଓଡ଼ିଶାରେ ୩ଟି ନୂଆ ଡିଭିଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାରୁ ବାର୍ଷିକ ୨୦ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ସରକାର ଏସବୁ ନକରି ମନମୁଖୀ ୱାଲଟିୟର ଡିଭିଜନକୁ ପୂର୍ବତଟ ରେଳବାଇରୁ କାଢ଼ି ନେବା ଦୁର୍ଭାଗ୍ୟଜନକ। ଓଡ଼ିଶାକୁ ଠକିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ବିଜେପି ନେତାମାନଙ୍କର ଏଭଳି ଉଦ୍ୟମକୁ ଉଚିତ୍ ସମୟରେ ଓଡ଼ିଶାବାସୀ ଜବାବ ଦେବେ ବୋଲି ବିଜେଡି ନେତାମାନେ କହିଛନ୍ତି।
ଆଜିର ଏହି ବିକ୍ଷୋଭ ଓ ଧାରଣାରେ ବିଧାୟକ ସଞ୍ଜୟ କୁମାର ଦାସବର୍ମା,ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଅନନ୍ତ ନାରାୟଣ ଜେନା ଆଦିଙ୍କ ସମେତ ଯୁବ, ଛାତ୍ର ଓ ମହିଳା ବିଜେଡିର ବହୁ ସାଂଗଠନିକ କର୍ମକର୍ତ୍ତା, ବିଧାୟକ ଓ କର୍ମୀ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top