Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଂଗ୍ରେସ ସହ ଆସନ ବୁଝାମଣା : ୪-୧ରେ ସନ୍ତୁଷ୍ଟ ହେବ ସିପିଆଇ!

ଭୁବନେଶ୍ୱର((ଓଡ଼ିଶା ୱେୟାର): ରାଜ୍ୟରେ ସିପିଆଇ ସହ ଆସନ ବୁଝାମଣା କରି କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନକୁ ଓହ୍ଲାଇବ। ଏଥିପାଇଁ ଆଜି ଉଭୟ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନରେ କଂଗ୍ରେସ ସମର୍ଥନରେ ସିପିଆଇ ନିଜର ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆଜି କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପିସିସି ପକ୍ଷରୁ ଆସନ ବୁଝାମଣା କମିଟିର ସଦସ୍ୟ ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ଉପସ୍ଥିତ ଥିଲେ। ସେହିପରି ସିପିଆଇ ପକ୍ଷରୁ ଦଳର ବରିଷ୍ଠ ନେତା ଦିବାକର ନାୟକ, ଆଶୀଷ କାନୁନଗୋ ଓ ରାମକୃଷ୍ଣ ପଟ୍ଟନାୟକ ଯୋଗ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହେବାପରେ ସିପିଆଇ ନେତା ଆଶୀଷ କାନୁନଗୋ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୭ଟି ଆସନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟରେ ଦଳର ସ୍ଥିତି ଓ ଆସନ ବୁଝାମଣାକୁ ନେଇ ନିଜର ମତ ସମ୍ପର୍କରେ ଅବଗତ କରାଯାଇଥିଲା । ଗୋଟିଏ ଲୋକସଭା ଆସନ(ଆସିକା)କୁ ନେଇ କଂଗ୍ରେସ ପୂର୍ବରୁ ଗ୍ରୀନ୍ ସିଗନାଲ ଦେଇସାରିଛି ।ଆଜିର ଆଲୋଚନାରେ ୫ଟି ବିଧାନସଭା ଉପରେ ଦଳ ଗୁୁରୁତ୍ୱ ଦେଇଛି ଏସବୁ ହେଲା ଛତ୍ରପୁର, ବୌଦ,ବ୍ରଜରାଜନଗର, ଏରସମା-ବାଲିକୁଦା ଓ ଚିତ୍ରକୋଣ୍ଡା । ଆଲୋଚନା ସକରାତ୍ମକ ରହିଛି ଓ ଖୁବଶୀଘ୍ର ଏସବୁ ଆସନକୁ ନେଇ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।
ତେବେ ‘ଓଡ଼ିଶା ରିପୋର୍ଟର’କୁ ସୂଚନା ଦେଇ ଶ୍ରୀ କାନୁନଗୋ କହିଛନ୍ତି ଯେ, କଂଗ୍ରେସ ସହ ଆସନ ବୁଝାମଣାକୁ ନେଇ ହୋଇଥିବା ସହମତି ପ୍ରସ୍ତାବ ସମ୍ପର୍କରେ ଦଳର ନେତାମାନଙ୍କୁ ଅବଗତ କରାଯିବା ପାଇଁ ଆସନ୍ତାକାଲି ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି। ଏହି ବୈଠକରେ ଆସନ ବୁଝାମଣା, ପ୍ରାର୍ଥୀ ଚୟନ, ପାଣ୍ଠି ସଂଗ୍ରହ ଆଦି ସମ୍ପର୍କରେ ଆଲୋଚନା ହେବା ସହ ଏହି ଆସନ ବୁଝାମଣା ପ୍ରସ୍ତାବକୁ ଅନୁମୋଦନ କରାଇବା ପାଇଁ ସେଣ୍ଟ୍ରାଲ କମିଟିକୁ ପଠାଯିବ। ତେବେ ରାଜ୍ୟରେ କଂଗ୍ରେସ ସହ ଦଳ ମେଣ୍ଟ କରୁନି ବରଂ ଆସନ ବୁଝାମଣା କରୁଛି ବୋଲି ଶ୍ରୀ କାନୁନଗୋ ସ୍ପଷ୍ଟ କରିଛନ୍ତି।
ସେପଟେ କଂଗ୍ରେସ ମଧ୍ୟ ସିପିଆଇ ସହ କରିଥିବା ଆଲୋଚନାକୁ ଆସନ୍ତା ୬ତାରିଖରେ ପିସିସି ନିର୍ବାଚନ କମିଟିକୁ ଅବଗତ କରିବ। ସେଠାରୁ ଅନୁମତି ମିଳିବା ପରେ ଉକ୍ତ ପ୍ରସ୍ତାବକୁ ଏଆଇସିସିକୁ ପଠାଇବ। ସେହିପରି ଆସନ୍ତାକାଲି ଜେଏମଏମ ସହ ବୈଠକ ବସିବାର କାର୍ଯ୍ୟକ୍ରମ ଥିବାବେଳେ କଂଗ୍ରେସ ଓ ସିପିଏମ୍ ମଧ୍ୟରେ ଚୂଡ଼ାନ୍ତ ଆସନ ବୁଝାମଣା ପ୍ରସଙ୍ଗରେ ଆସନ୍ତା ୫ତାରିଖରେ ବୈଠକ ଅନୁଷ୍ଠିତ ହେବ।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନରେ ସିପିଆଇକୁ ଆସିକା ଲୋକସଭା ସମେତ ବୌଦ,ଛତ୍ରପୁର ଓ ଚିତ୍ରକୋଣ୍ଡା ଆସନ ଛାଡ଼ିବାକୁ କଂଗ୍ରେସ ସମ୍ମତି ଦେଇଛି। ଅତିବେଶୀରେ କଂଗ୍ରେସ ଆଉ ଗୋଟିଏ ବିଧାନସଭା ଆସନ ଛାଡ଼ିବ ବୋଲି ସଙ୍କେତ ଦେଇଛି। ୪ରୁ ଅଧିକ ବିଧାନସଭା ଆସନ ଛାଡ଼ିବା ସପକ୍ଷରେ କଂଗ୍ରେସ ନଥିବା ରୋକଠୋକ୍ ଭାବେ ସିପିଆଇ ନେତୃବୃନ୍ଦଙ୍କୁ ଜଣାଇ ଦେଇଛି। ଆସନ୍ତାକାଲି ଏହି ପ୍ରସଙ୍ଗ ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top