ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବର୍ଷ ୨୦୨୪-୨୫ ପାଇଁ ପ୍ରକାଶ ପାଇଲା କ୍ୟାଲେଣ୍ଡର । ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଓସେପା ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ଚଳିତ ବର୍ଷ ନେ ୬ ତାରିଖରୁ ଆରମ୍ଭ ହେବ ଖରାଛୁଟି । ୧୭ ଜୁନ ପର୍ଯ୍ୟନ୍ତ ସ୍କୁଲରେ ଖରା ଛୁଟି ଶିକ୍ଷା କ୍ୟାଲେଣ୍ଡର ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନିଆଯାଇଛି । ଅପ୍ରେଲ ୨ ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହେବ । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସକାଳୁଆ କ୍ଲାସ ଆରମ୍ଭ ହେବ । ସକାଳ ୭ ଟା ରୁ ୧୧.୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ସମୟ ରହିଛି ।
୨୦୨୪ -୨୫ ଶିକ୍ଷାବର୍ଷରେ ମୋଟ୍ ୨୩୧ ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯.୩୦ ରୁ ଅପରାହ୍ନ ସାଢ଼େ ୪.୩୦ ପର୍ଯ୍ୟନ୍ତ ପାଠପଢା ରଖାଯାଇଛି । ଶନିବାର ଦିନ ସକାଳ ୭ଟାରୁ ଦିନ୧ ଟା ଯାଏଁ ପାଠପଢ଼ା ହେବ । ଏହା ସହ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/୪୪୧୭୧ ଦିଆଯାଇଛି ।


