Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଂଚଳିକବାଦର କାର୍ଡ ଖେଳିଲେ ନବୀନ,ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେନି

ଭୁବନେଶ୍ୱର (ଓଡ଼ିଶା ୱେୟାର): ଓଡ଼ିଶାର ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସଙ୍ଗ ଉଠାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଚଂଳିକବାଦର କାର୍ଡ ଖେଳିଛନ୍ତି । କେନ୍ଦ୍ରର ବୈମାତୃକ ମନୋଭାବ ଓଡ଼ିଶା ପ୍ରତି ରହିଛି ଓ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଇଁ ବିଜେଡି ଲଢ଼େଇ ଜାରି ରଖିବ ବୋଲି ନବୀନ କହିବା ସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଓ ମହାନଦୀ ପରି ପୁରୁଣା ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ଏଭଳି ଶାଣିତ ବକ୍ତବ୍ୟରୁ ନିଜକୁ ଦୂରେଇ ରଖିଥିବା ନବୀନ ଆଜି ଓଡ଼ିଶାର ନିଜସ୍ୱ ପରିଚୟର ସୁରକ୍ଷା କଥା ଉଠାଇ ଦଳର ଯୁବ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ ମଧ୍ୟ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲି ନଥିବା ଜଣାପଡ଼ିଛି ।
ବିଜେଡି ଯୁବ ଶାଖାର ରାଜ୍ୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ନବୀନ ନିଜକୁ ହାର୍ଡକୋର ଆଂଚଳିକ ନେତା ଭାବେ ପ୍ରତିପାଦନ କରିବାକୁ ଉଦ୍ୟମ କରିବା ସହ ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଗୋଟିଏ ଆଂଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢ଼େଇ କରେ । ବିଜେଡି ଏବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି ବୋଲି କହିବାକୁ ନବୀନ ପଛାଇ ନାହାନ୍ତି । ଗୋଟିଏ ଆଂଚଳିକ ଦଳ ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ ବୋଲି କହିବା ସହ ଜାତୀୟ ଦଳମାନେ ଜାତୀୟସ୍ତରରେ ନିଜ ସ୍ୱାର୍ଥ ପାଇଁ ରାଜ୍ୟମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ସହ ସାଲିସ୍ କରିଥାନ୍ତି । ତେଣୁ ଆଂଚଳିକବାଦର ମାନସିକତା ସହ ରହିବା ପାଇଁ ଦଳର ଯୁବନେତାମାନଙ୍କୁ ନବୀନ ଆହ୍ୱାନ ଦେବା ସହ ଜାତୀୟ ଦଳଙ୍କ ସହ ରହିଲେ ସେମାନେ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ବୋଲ ସତର୍କ କରାଇ ଦେଇଛନ୍ତି ।
ଓଡ଼ିଶାର ଭାଷା, ଓଡ଼ିଶୀ ସଙ୍ଗୀତ, ସମ୍ବଲପୁରୀ ହସ୍ତତନ୍ତ, ମହାନଦୀ ଓ ବିଶେଷକରି ଓଡ଼ିଶାର ସ୍ୱତନ୍ତ୍ର ଐତିହ୍ୟର ସୁରକ୍ଷାର ମୂଲ୍ୟ ଗୋଟିଏ ଜାତୀୟ ଦଳ ପାଇଁ କିଛି ନୁହେଁ । ଜାତୀୟ ଦଳର ରାଜ୍ୟ ନେତାମାନଙ୍କର ମଧ୍ୟ ସ୍ୱର ବି ନାହିଁ କି ସେମାନେ ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି କରନ୍ତି ନାହିଁ । ନିର୍ବାଚନ ଜିତିବା, କ୍ଷମତା ଅଧିକାର କରିବା ଓ କେନ୍ଦ୍ରରେ ସରକାର ଗଢ଼ିବା ହେଉଛି ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ । ଆଉ ଜାତୀୟ ଦଳର ରାଜ୍ୟ ନେତୃତ୍ୱମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ଜାତୀୟ ନେତୃତ୍ୱଙ୍କୁ ଖୁସି କରିବା ଓ ମନ୍ତ୍ରୀ କିମ୍ବା ଅନ୍ୟ କିଛି ବଡ଼ ପଦବୀ ପାଇବା । ଜାତୀୟ ଦଳଗୁଡ଼ିକର ଗୋଟିଏ ନୀତି ହେଉଛି ଯାହା ବଡ଼ ବଡ଼ ରାଜ୍ୟଙ୍କ ପାଇଁ ସୁବିଧାଜନକ ହେବ । ଆଉ ତା’ପରେ ସେମାନେ ଅନ୍ୟ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦେଇଥାନ୍ତି ବୋଲି ନବୀନ କହିଛନ୍ତି ।
ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଦ୍ୱାରା ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିବା ସମ୍ପର୍କରେ ନବୀନ ଜାଣି ମଧ୍ୟ ପୁଣିଥରେ ସେହି ପୁରୁଣା ପ୍ରସଙ୍ଗ ଉଠାଇବାକୁ ପଛାଇ ନାହାନ୍ତି ।
ତେବେ ଦଳର ଯୁବ କର୍ମକର୍ତ୍ତାମାନଙ୍କୁ ସମ୍ବୋଧନ କରିବାବେଳେ ଆଂଚଳିକବାଦ ପ୍ରସଙ୍ଗ ଉଠାଇ ବିଜେଡିକୁ ଅନ୍ୟ ହାର୍ଡକୋର ଆଂଚଳିକ ଦଳ ଭଳି ଗଢ଼ିବା ନିମନ୍ତେ ସେ ପ୍ରସ୍ତୁତ ହେଉଥିବାର ସନ୍ଦେଶ ମଧ୍ୟ ପରୋକ୍ଷରେ ଦେଇଛନ୍ତି ।
ଅବଶ୍ୟ ନବୀନ ଏସବୁ ପ୍ରସଙ୍ଗ ଉଠାଇବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ସିଧାସଳଖ ସମାଲୋଚନା କରିବାର ସତସାହସ ଜୁଟାଇ ପାରିନାହାନ୍ତି କି କେନ୍ଦ୍ରୀୟ ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିବାକୁ ଉଚିତ୍ ମଣିନାହାନ୍ତି ।
ଉଲ୍ଲେଖଯୋଗ୍ୟ,ବିଜେଡି ଯୁବ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୀତିକ ଓ ସାଂଗଠନିକ ପ୍ରସ୍ତାବ ଗୃହୀତ ହେବା ସହ ଆସନ୍ତାମାସ ୩୦ତାରିଖ ସୁଦ୍ଧା ସମସ୍ତ ପଂଚାୟତରେ ଯୁବ କମିଟି ଗଠନ, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ, ଆଉ ୨୫ଲକ୍ଷ ଯୁବକଯୁବତୀଙ୍କୁ ଦଳ ସହ ଯୋଡ଼ିବା ଭଳି ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକାରିଣୀକୁ ଉଦବୋଧନ ଦେଇଥିବା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ଯୁବ ସଭାପତି ବ୍ୟୋମକେଶ ରାୟ କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାର ସମ୍ପର୍କରେ ମୁହଁ ଖୋଲି ନଥିଲେ । ଓଲଟା ରାଜ୍ୟରେ ଅସ୍ତିତ୍ୱ ହରାଉଥିବା କଂଗ୍ରେସର ଅତୀତର ଶାସନକୁ ସମାଲୋଚନା କରି ନେତାମାନେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top