ଆଜି ଓଡ଼ିଶାକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଓଡ଼ିଶାକୁ ପ୍ରଚାର କରିବାକୁ ଆସୁଥିବାର ସୂଚନା। ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ଅମିତ ଶାହା ଅପରାହ୍ଣ ୩ଟାରେ ଝାରସୁଗୁଡା ପହଞ୍ଚି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବେ । ରାମେଶ୍ୱର ପଡିଆରେ ଆୟୋଜିତ ସଭାରେ ଯୋଗ ଦେଇ ସଭାରେ ସାମିଲ ଲୋକଙ୍କୁ ସମ୍ବୋଧିତ କରି ଭୋଟ ମାଗିବେ । ପ୍ରଚାର ସଭାରେ ୫୦ ହଜାରରୁ ଅଧିକ ଲୋକ ସାମିଲ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି ।


