Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆରମ୍ଭ ହେଲା କମିଶନରେଟ ପୋଲିସର ଅପରେସନ ‘ତ୍ରିଭୁଜ’

ଦଶହରାକୁ ନେଇ ଚଳଚଞ୍ଚଳ ଭୁବନେଶ୍ୱର । ତେବେ ଷଷ୍ଠୀ ଠାରୁ ଦଶହରା ଯାଏଁ ରାଜଧାନୀରେ ପ୍ରବଳ ଭିଡ ଦେଖିବାକୁ ମିଳିବ । ଆଉ ଭସାଣ ଉତ୍ସବରେ ବି ଗହଳି ରହିବ । ସହର ଗଳ-କନ୍ଦି, ରାସ୍ତାଘାଟ ସବୁଠି ନାହିଁନଥିବା ଭିଡ । ଯାହାର ସୁଯୋଗ ନେଇ ଚୋରି, ଛିନତାଇ କରିବାକୁ ଅଭ୍ୟାସଗତ ଅପରାଧୀ ମଧ୍ୟ ଆଗଭର । ଟିକିଏ ସୁଯୋଗ ପାଇଲା ମାତ୍ରେ ଆଖି ପିଛୁଳାକେ ଲୁଟ କରିନେବେ । ତେଣୁ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ଆରମ୍ଭ କରିଛି ଅପରେସନ ‘ତ୍ରିଭୁଜ’।

ଗହଳିକୁ ଦୃଷ୍ଟିରେ ରଖି ୩ ଟି ଉପାୟରେ ଟାଫ୍ରିକ ନିୟନ୍ତ୍ରଣ କରାଯାଉଛି । ଯାହାକୁ ଅପରେସନ ‘ତ୍ରିଭୁଜ’ କୁହାଯାଉଛି । କଣ୍ଟ୍ରୋଲ ରୁମ୍ ଜରିଆରେ ସମସ୍ତ ପୂଜା ମଣ୍ଡପର ସିସିଟିଭି ଫୁଟେଜକୁ ‘ଆଇ-ପି’ ଲିଙ୍କ ଜରିଆରେ ନଜର ରଖାଯାଉଛି । ଏଥିସହ ସହରରେ ଲାଗିଥିବା ଏକ ହଜାର ସିସିଟିଭି କ୍ୟାମେରା ଜରିଆରେ ରାସ୍ତା-ଘାଟରେ ଟ୍ରାଫିକ ଉପରେ ନଜର ରଖିଛନ୍ତି ଅଧିକାରୀ । ଅନ-ଡ୍ୟୁଟିରେ ଥିବା ଅଫିସର ଏସବୁକୁ ନିୟନ୍ତ୍ରଣ କରୁଛନ୍ତି । ଅପହଞ୍ଚ ସ୍ଥାନରେ ନଜର ରଖିବାକୁ ଡ୍ରୋନ ମଧ୍ୟ ବ୍ୟବହାର କରୁଛି ।ସିସିଟିଭି ଜରିଆରେ ଟ୍ରାଫିକର ଭିଡ଼ ଓ ମଣ୍ଡପ ଉପରେ ନଜର ରଖାଯାଉଛି ।

ଡ୍ୟୁଟିରେ ଥିବା ପୋଲିସ ଅଫିସର ଓ କର୍ମାଚରୀଙ୍କ ଜରିଆରେ ପୁରା ସହରର ଟ୍ରାଫିକ ପରିଚାଳନା ଠାରୁ ଆରମ୍ଭ କରି ସହରରେ ହେଉଥିବା ଅପରାଧିକ ତତ୍ବ ଉପରେ ମଧ୍ୟ ନଜର ରଖିଛି ପୋଲିସ୍ । ‘ତ୍ରିଭୁଜ’ ଅପରେସନକୁ ମନିଟରିଂ କରିବା ପାଇଁ କଣ୍ଟ୍ରୋଲ ରୁମରୁ ଜଣେ ସିନିୟର ଅଫିସରଙ୍କ ନେତୃତ୍ବରେ ପୁରା ସହର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ପୋଲିସ୍ । ବିଶେଷ କରି ପୂଜା ମଣ୍ଡପର ଭିଡ଼ ନିୟନ୍ତ୍ରଣ ପାଇଁ ଫୋର୍ସ ମୁଭମେଣ୍ଟ ଓ ଟ୍ରାଫିକର ସ୍ଥିତ ଦେଖି ଟ୍ରାଫିକ କ୍ଲିୟରାନ୍ସ ସହ ଅପରାଧିକ କାର୍ଯ୍ୟକଳାପ ଉପରେ ସାଧା ପୋଷାକରେ ନଜର ରଖିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top